ବୈତରଣୀରେ ୭ ଥର ମକର ବୁଡ଼ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ପାଟଣା (ମଣିଭଦ୍ରା ଖବର) ଆଜି ପବିତ୍ର ମକର ସଂକ୍ରାନ୍ତି କେନ୍ଦୁଝର ଜିଲ୍ଲାର ଗଣପର୍ବ। ଜିଲ୍ଲା ତମାମ ଲୋକେ ଏହାକୁ ମନାଇ ଥାଆନ୍ତି। ଆଜି ଜିଲ୍ଲାରେ ଅସଲି ନୂଆ ବର୍ଷ ପରି ଅନୁଭବ କରିହୁଏ। ତେବେ ଏହି ପବିତ୍ର ଦିନରେ ଏବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଗରୁ ମଧ୍ୟ ବୈତରଣୀ ନଦୀରେ ବୁଡ଼ ଦେଇ ମକର ପର୍ବ ପାଳନ କରି ଆସୁଥିଲେ। ତେଣୁ ଆଜି ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଏକ ସ୍ଵତନ୍ତ୍ର ବିମାନରେ ସ୍ଥାନୀୟ ରାଇସୁଆଁ ଏୟାର ଷ୍ଟ୍ରିପ୍ ପଡ଼ିଆରେ ଓହ୍ଲାଇ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେଠାରୁ ସିଧା ସେ ମଇଦାନକେଲ ଦେଇ ପାଟଣା ବୈତରଣୀ ନଦୀ କୂଳେ ପହଞ୍ଚି ଥିଲେ। ପୂର୍ବରୁ ପ୍ରଶାସନ ପକ୍ଷରୁ ସବୁ ତତ୍ପରତା ସହ ପ୍ରସ୍ତୁତ କରାଯାଇଥିଲେ। ପରମେଶ୍ୱର ମନ୍ଦିର ସନ୍ନିକଟ ପବିତ୍ର ବୈତରଣୀ ନଦୀର ଅନୁସୂୟା ଘାଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓହ୍ଲାଇ ଥଣ୍ଡା ପାଣିରେ ୭ ଥର ବୁଡ଼ ପକାଇ ସାରି ସୂର୍ଯ୍ୟଙ୍କୁ ପୂଜା ଅର୍ଘ୍ୟ ଅର୍ପଣ କରିଥିଲେ। ବୁଡ ଦେବା ବେଳେ ପାଣି ବୁଡାଳୀ ଆବଶ୍ୟକ ସରଞ୍ଜାମ ଧରି ସୁରକ୍ଷା ଲାଗି ଉପସ୍ଥିତ ଥିଲେ। ସେଠାରୁ ବାହାରି ସେ ପରମେଶ୍ବର ମନ୍ଦିରକୁ ଯାଇ ମହାଦେବ ଦର୍ଶନ କରିଥିଲେ। ଏହାପରେ ନିକଟ ଆନନ୍ଦେଶ୍ୱର ମନ୍ଦିର ଯାଇ ଜଳାଭିଷେକ କରିଥିଲେ। କେନ୍ଦୁଝର ଜିଲ୍ଲାର ଗଣପର୍ବ ମକର ପର୍ବ ଲାଗି ସେ ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଜିଲ୍ଲାର ପ୍ରଭୂତ ଉନ୍ନତି ଲାଗି ସୂର୍ଯ୍ୟ ଓ ମହାଦେବଙ୍କ ପାଖେ ପ୍ରାର୍ଥନା କରିଥିଲେ। ବୈତରଣୀ ପୋଲ ଉପରେ ଠିଆ ହୋଇଥିବା ଶହ ଶହ ଲୋକଙ୍କୁ ସେ ହାତ ହଲେଇ ଅଭିବାଦନ ଜଣାଇଥିଲେ। ଏହି ବୁଡ଼ କାର୍ଯ୍ୟକ୍ରମ ବେଳେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀଙ୍କ ପାଖେ ଥିଲେ। ବିଭିନ୍ନ ବର୍ଗର ଲୋକଙ୍କ ସହ ଏହି ଅବସରରେ ମିଶି ଥିଲେ , ମୁଖ୍ୟମନ୍ତ୍ରୀଙ୍କ ବୈତରଣୀରେ ମକର ବୁଡ ଦେଖିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ବଢାଇ ଦେଇଥିଲା। ପୋଲିସ ଓ ପ୍ରଶାସନ ପକ୍ଷରୁ ଏସପି ଶ୍ରୀ ନୀତିନ କୁଶଳକର ଦାଗୁଡୁ ଓ ସଦର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ଦଳେଇ ଉପସ୍ଥିତ ରହିଥିଲେ। ଏହାପରେ ସେ ବିଭିନ୍ନ ମକର ମେଳା ବୁଲିବା ସମ୍ଭାବନା ରହିଛି ନିଜ ଗାଁ ରାଇକଳା ଯିବେ। କାଲି ଖଣି ସହର ବଡ଼ବିଲରେ ଅନେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment