ବିବେକାନନ୍ଦ ଜନ୍ମ ଜୟନ୍ତୀରେ ତୁଳସୀପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୪ତମ ବାର୍ଷିକ ଉତ୍ସବ । କୁନି କୁନି ଛାତ୍ର ଛାତ୍ରୀ ଙ୍କ ନୃତ୍ୟ ରେ କମ୍ପିଲା ମଞ୍ଚ
ଭୁବନେଶ୍ଵର (ମଣିଭଦ୍ରା ଖବର) ଚାରିଛକ ସ୍ଥିତ ତୁଳସୀପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ଙ୍କ ନେତୃତ୍ବରେ ଉକ୍ତ ଶିକ୍ଷା ଅନୁଷ୍ଠାନର ୨୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ସମ୍ନାନିତ ଅତିଥି ନିମାପଡା ବ୍ଲକ ସାଂସଦ ପ୍ରତିନିଧି ପୂର୍ଣଚନ୍ଦ୍ର ଓଝା ,ତୁଳସୀପୁର ପଞ୍ଚାୟତ ସମିତି ସଭ୍ୟା ଝରଣା ସାହୁ ,ସରପଞ୍ଚ ମଞ୍ଜୁଶ୍ରୀ ଭୋଇ ,ଚାରିଛକ ଥାନା ଅଧିକାରୀଣି ମମତା ବିଶ୍ୱାଳ ,ସମାଜସେବୀ ଅରକ୍ଷିତ ଭୋଇ ,ଶିକ୍ଷାବିତି ମମତା ମୟୀ ମିଶ୍ର ଯୋଗଦେଇ ଜଗନ୍ନାଥ ନିକଟରେ ପ୍ରଦୀପ1ପ୍ରଯୋଲନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।ଏହି ଉତ୍ସବ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଜ୍ଜବର ମୁଦୁଲି ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ସ୍ନମ୍ପାଦକ ଶ୍ରୀ ତ୍ରିପାଠୀ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟକ୍ଷ ନରେନ୍ଦ୍ର କୁମାର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଆଧୁନିକ ଯୁଗରେ ଏହି ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରେ ଡିଜିଟାଲ ,କଁମ୍ପୁଟର କରଣ,ଉନ୍ନତି ମାନର ଶିକ୍ଷା ସହିତ ଅନୁଷ୍ଠାନର ପରିଚାଳନା କରୁଥିବା ଉକ୍ତ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ତ୍ରିପାଠୀ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଙ୍କୁ ମୁଖ୍ୟ ଅତିଥି ଶ୍ରୀ ତରାଇ ଉଚ୍ଚ ପ୍ରଂସଶା କରିଥିଲେ । ଏହି ୨୪ ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ମନୋଜ କୁମାର ମିଶ୍ର , ସ୍ବେଚ୍ଛାସେବୀ ଅନୁଷ୍ଠାନ ନିରାଶ୍ରୟ ସେବାଶ୍ରମ ସହିତ ଅନୁଷ୍ଠାନ ର କର୍ମଚାରୀ ଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଉକ୍ତ ଶିକ୍ଷାକେନ୍ଦ୍ରର ଉପଦକ୍ଷ ନିରଞ୍ଜନ ସେନ , ଶିକ୍ଷକ ମନୋଜ କୁମାର ଦାଶ ,କମଳ ଲୋଚନ ବାରିକ ,ଅରୁଣ କୁମାର ମହାନ୍ତି , ଦୀପକ କୁମାର ଦାଶ ,ଦିଲିପ କୁମାର ତ୍ରିପାଠୀ ,ଦିଲିପ କୁମାର ରାଉତ ,ଶିକ୍ଷୟତ୍ରୀ ସୁଶ୍ରୀ ନାୟକ ,ମନାଲିସା କର ,ମମତା ଦାଶ ,ସିପ୍ରା ଦାସ ,ସରସ୍ୱତୀ ପାତ୍ର , କବିତା ତ୍ରିପାଠୀ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , କର୍ମଚାରୀ ଓ ଛାତ୍ର ଛାତ୍ରୀ ଅଭିଭାବକ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରକାର କ୍ରୀଡ଼ାରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରିଥିଲେ ।ପରେ ଅନୁଷ୍ଠାନ ର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।ସଭା ଶେଷରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ବନମାଳୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment