ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ହେବ ନୂଆ ସର୍ଭେ; ଏସବୁ ଯୋଗ୍ୟତା ଥିଲେ ମିଳିବ ଘର... !
କୋହଳ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟତା ମାନଦଣ୍ଡ । ସର୍ବାଧିକ ମାସିକ ଆୟ ୧୦ ହଜାରରୁ ୧୫ ହଜାରକୁ ବୃଦ୍ଧି । ୨୨ ଲକ୍ଷ ଲୋକଙ୍କୁ ସାମିଲ କରିବା ଲକ୍ଷ୍ୟ । ୨୪ରୁ ଚାଲିବ ସର୍ଭେ । ଆଉ ରହିବନି ବିଜୁ ପକ୍କା ଘର ସ୍କିମ୍ ।
ନଜର ପକାନ୍ତୁ ପରିବର୍ତ୍ତିତ ଯୋଗ୍ୟତା ମାପଦଣ୍ଡ ଉପରେ ।
୧. ପୂର୍ବରୁ ହିତାଧିକାରୀଙ୍କ ପରିବାରର ସର୍ବାଧିକ ମାସିକ ଆୟ ୧୦ ହଜାର ରଖାଯାଇଥିଲା । ଏହାକୁ ବଢ଼ାଇ ୧୫ ହଜାର କରାଯାଇଛି ।
୨- ଦୁଇ ଚକିଆ ଯାନ, ଫ୍ରିଜ , ଲ୍ୟାଣ୍ଡ ଫୋନ ଥିଲେ ବି PMAY ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।
୩ ଦିବ୍ୟାଙ୍ଗ ଓ ଭିନ୍ନ ହୋଇଥିବା ପୁଅଙ୍କୁ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ ।
୪- ବିଧବା ଓ ନିରାଶ୍ରୟ ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ।
ସର୍ଭେ ସମୟ ଅବଧି ଭିତରେ ଯଦି କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡୁଛନ୍ତି, ତେବେ ସେମାନଙ୍କୁ ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ସରକାର । ବିଶେଷ କରି ହାତୀ ଉପଦ୍ରବ କାରଣରୁ ଭାଙ୍ଗିଥିବା ଘର, ଅଗ୍ନିକାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ଓ ପ୍ରାକୃତିକ ବିପର୍ଯ୍ୟୟରେ ଘର ହରାଇଥିବା ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରିବେ ସରକାର। ତେଣୁ କୌଣସି ବି ଯୋଗ୍ୟ ହିତାଧୀକାରୀ ଯେପରି ହାଉସିଂ ସ୍କିମରୁ ବାଦ୍ ନ ପଡନ୍ତି ତାହା ଉପରେ ଗୁରୁତ୍ବ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment