ପଣ୍ଡା ଅଳଙ୍କାରରୁ ଲୁଟ୍ ଓ ଗୁଳିମାଡ଼ ଘଟଣା : ଅନ୍ୟ ଜଣେ ଅଭିଯୁକ୍ତ ଗିରଫ, ସୁନା ଅଳଙ୍କାର ଜବତ
ଯାଜପୁର ରୋଡ଼(ମଣିଭଦ୍ରା ଖବର) ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ସୁନା ଦୋକାନରୁ ଲୁଟ୍ ଓ ଗୁଳିମାଡ଼ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କଲା ଯାଜପୁର ପୋଲିସ । ଅଭିଯୁକ୍ତକୁ ରାଜ୍ୟ ବାହାରୁ ଗିରଫ କରାଯାଇଥିବା ବେଳେ ତା ନିକଟରୁ ଗୋଟିଏ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଓ କିଛି ସୁନା ଅଳଙ୍କାର ଜବତ କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ ।
ପୂର୍ବରୁ ଏହି ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇ ଏବେ ଜେଲ୍ରେ ରହିଛନ୍ତି । ଘଟଣାକୁ ନେଇ ଯାଜପୁର ରୋଡ଼ ଏସ୍ଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୪ ତାରିଖ ଦିନ ଘଟିଥିଲା ଏହି ଘଟଣା । ପଣ୍ଡା ଅଳଙ୍କାର ସୁନା ଦୋକାନରୁ ଲୁଟ୍ କରିବା ପରେ ଫେରାର ହେବା ସମୟରେ ଗୁଳି ଚଳାଇଥିଲେ ଲୁଟେରା । ଫଳରେ ଲୁଟେରାଙ୍କ ଗୁଳିରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ୨ ଜଣ ଲୁଟେରାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇବା ସହ ତଦନ୍ତ ଜାରି ରଖିଥିବା ଯାଜପୁର ରୋଡ଼ ଏସଡିପିଓ କହିଛନ୍ତି ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment