ଚାରିଛକ ଅଞ୍ଚଳରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ନୂତନ ବର୍ଷ ପୂଜା ଉତ୍ସଵ ।
ନିମାପଡା (ମଣିଭଦ୍ରା ଖବର) ନିମାପଡା ବ୍ଲକ ଚାରିଛକ ଅଞ୍ଚଳରେ ଇଂରାଜୀ ନୂତନ ବର୍ଷ ଉପଲକ୍ଷେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ଉତ୍ସଵ ପାଳନ ହୋଇଯାଇଛି । ନୀଳାଚଳ ସାରସ୍ୱତ ସଂଘ ବିରୁତୁଙ୍ଗ ପୁରୀ ଅନ୍ତର୍ଗତ ବାହାରଣା ସାରସ୍ୱତ କୁଞ୍ଜ ବାହାରଣା ଶାଖାର ୪୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏହି ଉତ୍ସଵ ରେ ନୀଳାଚଳ ସାରସ୍ୱତ ସଙ୍ଗଠନ ସଂଯୋଜକ ବ୍ରହ୍ମାନନ୍ଦ ବେହେରା ଉତ୍ସବରେ ସଭାପତିତ୍ୱ କରିଥିଲେ । ଇଂରାଜୀ ନୂତନ ବର୍ଷ ରେ ଗୁରୁଭାଇ ମାନଙ୍କ ମଧ୍ୟରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ନୂତନ ବର୍ଷରେ ଅଞ୍ଚଳବାସୀଙ୍କ ଭଲରେ କଟିବା ପାଇଁ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପାଖରେ ପାର୍ଥନା କରିଥିଲେ । ଏହି ବାର୍ଷିକ ପ୍ରତିଷ୍ଠା ଦିବସରେ ମଣିଷର ଭିତରେ କିପରି ଆଧ୍ୟାତ୍ମିକ ଭାବ ବିଚାର ରହିବ ଏହି ଉତ୍ସଵ ର ମୁଳଲକ୍ଷ ବୋଲି ଗୁରୁଭାଇ କହିଥିଲେ । ଏହି ବାର୍ଷିକ ୪୪ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରେ ବାଗଲପୁର ର ହେମନ୍ତ ଭାଇ ଭାବବିନିମୟ କରିଥିବା ବେଳେ ବିଭୁଦତ ଲେଙ୍କା ଭାଇ ପରାମର୍ଶଦାତା କର୍ମକର୍ତା ଥିଲେ ।ସମ୍ନାନିତ ଅତିଥି ଭାବରେ ଗୁରୁଭାଇ ବିଜୟ ଭାଇ ,ପ୍ରଭୁ ଭାଇ ,ଛବି ଭାଇ ,ଶରତ ଭାଇ ,ପ୍ରଫୁଲ ଭାଇ ଉପସ୍ଥିତ ଥିବାବେଳେ ବାହାରଣା ସଂଘ ର ସଭାପତି ସୁଶାନ୍ତ କୁମାର ନାୟକ ,ଗୁରୁଭାଇ କୃଷ୍ଣଚନ୍ଦ୍ର ସାବୁତୁ ,ପ୍ରତିଷ୍ଠା ଦିବସ ଉତ୍ସଵ ରେ ଉପସ୍ଥିତ ଥିଲେ । ଏହି ୪୪ ତମ ପ୍ରତିଷ୍ଠା ଦିବସରେ ସକାଳ ପୂଜା କରିବା ପରେ ୧୦ ଟା ସମୟରେ ସତସଙ୍ଗ କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ପ୍ରମେଶ କୁମାର ରାଉତ ଭାଇ , ଅଲେଖ ଭାଇ ,ସଞ୍ଜୟ ଭାଇ ,ବିଜୟ ଭାଇ ,ବନମାଳୀ ଭାଇ ,ଆଶୁତୋଷ ଭାଇ ଦେବନ୍ଦ୍ର ନାଥ ସାହୁ ହୁଲାସ ସେନାପତି ,ମନରଞ୍ଜନ ବେହେରା ,ଧନେଶ୍ୱର ବେହେରା ,ଅରୁପା ନନ୍ଦ ଗିରି , ମନୋଜ ମୁଦୁଲି ,ବିଜୟ ଭୂୟାଁ ,ପ୍ରକାଶ ବାରିକ ,ଆଶୁତୋଷ ସାହୁ ,ବନମାଳୀ ବେହେରା ଜଗଦୀଶ ଖୁଣ୍ଟିଆ ,ଉପସ୍ଥିତ ରହି ସହଯୋଗ କରିଥିଲେ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق