ଦୁର୍ଘଟଣାରେ ଆହତଙ୍କ ପରିବାର କୁ ଆର୍ଥିକ ସାହାଯ୍ୟ ର ହାତ ବଢାଇଲେ ଭାପୁର ଉପାଧ୍ୟକ୍ଷ ବେଣୁଧର
ଖଣ୍ଡପଡ଼ା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଗୁଣ୍ଡୁଣି ଗ୍ରାମବାସୀ ଙ୍କ ମଧ୍ୟରୁ କିଛି ଲୋକଙ୍କୁ ନେଇ ଚିଲିକା, ତାରାତାରିଣୀ ଙ୍କ ଦର୍ଶନ ନିମନ୍ତେ ଏକ ବସ୍ ଯୋଗେ ଯାତ୍ରା କରିଥିଲେ। ପ୍ରକାଶ ଥାଉ କି ଯାଇଥିବା ଯାତ୍ରୀମାନେ ଗତ ୯ ତାରିଖ ବିଳମ୍ବିତ ରାତ୍ରରେ ଜିବା ସମୟରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲ ରୁ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏହି ଘଟଣାରେ ଜଣେ ମୃତ ହୋଇଥିବା ବେଳେ ୪୦ ଜଣ ଗୁରୁତର ଆହତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହୋଇଥିଲେ। ବସ୍ ଦୁର୍ଘଟଣାରେ ଆହତଙ୍କ ପରିବାର କୁ ଆର୍ଥିକ ସାହାଯ୍ୟ ର ହାତ ବଢାଇଲେ ଭାପୁର ଉପାଧ୍ୟକ୍ଷ ବେଣୁଧର ପ୍ରଧାନ। ମୃତକଙ୍କ ସମ୍ପର୍କୀୟ ଙ୍କ ସହିତ ସହଯୋଗ ହାତରେ ଆର୍ଥିକ ସାହାଯ୍ୟ କରିଥିଲେ। ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଦୃଘଟଣା ରେ ଗୁରୁତର ଆହତ ହୋଇଛନ୍ତି ୨୧ ଜଣ,୧୯ ଜଣ ଆହତ ଓ ୧ ଜଣ ମୃତ୍ୟୁବରଣ କରିଥିବା ପରିବାର୫୦୦୦ ଟଙ୍କା ଓ ୨୦୦୦ ହଜାର ଟଙ୍କାର ରାଶି ପ୍ରଦାନ କରିଥଲେ। ବାଇକ ଦୃଘଟଣା ରେ ଗୁରୁତର ଆହତ ହୋଇଛନ୍ତି ୩ ଜଣ ବ୍ୟକ୍ତିଙ୍କୁ ୫୦୦୦ ଟଙ୍କା ପ୍ରଦାନ କରିଥଲେ। ବେଣୁଧର ପ୍ରଧାନ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ। ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଙ୍କ ସହଯୋଗ ରେ ଗୁଣ୍ଠୁଣି ଗ୍ରାମ ବାସିନ୍ଦା ଙ୍କ ମଧ୍ୟରେ ଥିବା ସମସ୍ତ ଜନସାଧାରଣ ଙ୍କ ସହିତ ଦୁଃଖ ସୁଖ ର ସାଥି ହେବାପାଇଁ ହାତ ବଢାଇଲେ ଭାପୁର ଉପାଧ୍ୟକ୍ଷ ବେଣୁଧର ପ୍ରଧାନ। ସମସ୍ତ ଗ୍ରାମ ବାସିନ୍ଦା ଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳିଯାଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment