BREAKING
Loading...
:

ଏଚଏମପିଭି ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

 ଏଚଏମପିଭି ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି


କଟକ (ମାନସ କୁମାର ସାହୁ) ଏଚଏମପିଭି ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ।ଦେଶରେ ଏବେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ (ଏଚଏମପିଭି) ସଂକ୍ରମଣ ହେଉଛି। ଯାହା ଏବେ ଚିନ୍ତାର କାରଣ ପାଲଟିଲାଣି। ସଦ୍ୟତମ ରିପୋର୍ଟ ଅନୁସାରେ କେତେକ ରାଜ୍ୟରେ ଏହି ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ହେଉଛି। ତେବେ ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି। ତେଣୁ ଭୂତାଣୁକୁ ନେଇ ଆତଙ୍କୀତ ନହେବାକୁ ପରାମର୍ଶ ଦିଆଯାଇଛି। ଏପର୍ଯ୍ୟନ୍ତ ଓଡ଼ିଶାରେ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଜନସଚେତନତା ଓ ସତର୍କତା ଦ୍ୱାରା ସଂକ୍ରମଣକୁ ସହଜରେ ପ୍ରତିହତ କରାଯାଇପାରିବ।ତେଣୁ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି।‘‘ଏଚଏମପିଭି ଭାଇରସ୍ ୫ ବର୍ଷରୁ କମ୍ ବୟସ୍କ ପିଲା, ଶ୍ଵାସରୋଗୀ, ବ୍ରୋଙ୍କାଇଟିସ୍ ରୋଗୀ, ହୃଦ୍‌ରୋଗ ପୀଡ଼ିତ, ବିବିଧ ରୋଗକ୍ରାନ୍ତ ବ୍ୟକ୍ତି, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଓ ୬୫ ବର୍ଷରୁ ବୟସ୍କଙ୍କୁ ପାଇଁ ଖୁବ୍‌ ଶୀଘ୍ର ସଂକ୍ରମିତ କରିଥାଏ। ଏମାନେ ଯଥାସମ୍ଭବ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ଦରକାର। ଯଦି ଯିବା ଜରୁରୀ ମାକ୍ସ ଲଗାଇବା ସହ ସାନିଟାଇଜର ବ୍ୟବହାର କରିବା ଉଚିତ ।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS