କଟକ (ମାନସ କୁମାର ସାହୁ) ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବଡ଼ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଚଳିତ ବର୍ଷ ସମସ୍ତ ମାଟ୍ରିକ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ, ବାରକୋଡ, ସିରିଏଲ ନମ୍ବର। ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରକୁ ମୋବାଇଲ କ୍ୟାମେରା କିମ୍ବା ସ୍କାନରରେ ଫଟୋ ଉଠାଇଲେ ସେହି ୱାଟର ମାର୍କ ଆସିଯିବ।*
*ପ୍ରଶ୍ନପତ୍ର ଭାଇରାଲ ହେଲେ ଧରାପକାଇଦେବ ୱାଟର ମାର୍କ । ଭାଇରାଲ ପ୍ରଶ୍ନପତ୍ର କେଉଁ ପରୀକ୍ଷାର୍ଥୀଙ୍କର, କେଉଁ ପରୀକ୍ଷା କେନ୍ଦ୍ରର, କେଉଁ ହଲରୁ ଲିକ୍ ହୋଇଛି ସହଜରେ ଜଣାପଡିବ । ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଫାର୍ମ ଓ ଦେଶର ପ୍ରମୁଖ ପରୀକ୍ଷା ପରିଚାଳନା ବୋର୍ଡକୁ ଅନୁଧ୍ୟାନ କରିବା ପରେ ଏହି ୱାଟର ମାର୍କ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏହି ୱାଟର ମାର୍କ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିସାରିଛି।
ମଣିଭଦ୍ରା ଖବର, କଟକ
Post a Comment