BREAKING
Loading...
:

ଜୁପିଟର ପବ୍ଲିକ ସ୍କୁଲର ୧୦ମ ତମ ବାର୍ଷିକ ଉତ୍ସବ ପାଳିତ

 ଜୁପିଟର ପବ୍ଲିକ ସ୍କୁଲର ୧୦ମ ତମ ବାର୍ଷିକ ଉତ୍ସବ ପାଳିତ 

ବ୍ରହ୍ମପୁର (ମଣିଭଦ୍ରା ଖବର) ଆଜି ସ୍ଥାନୀୟ କନିଶି ହାଟ ସ୍ଥିତ ଜୁପିଟର ପବ୍ଲିକ୍ ସ୍କୁଲର ୧୦ ମ ବାର୍ଷିକ ଉତ୍ସବ   ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି।ସଭାପତି ଶ୍ରୀଯୁକ୍ତ ରଜନୀକାନ୍ତ ପାତ୍ର ଓ କମିଟି ମେମ୍ୱର ଙ୍କ ଅଧ୍ୟକ୍ଷତା ଓ ସହଯୋଗ ରେ ଅନୁଷ୍ଠିତ ହୋଇଥିବା ଉକ୍ତ ଉତ୍ସବରେ ସ୍ଥାନୀୟ ଉପାଧ୍ୟକ୍ଷା। ସୁଶ୍ରୀ ରାଜେଶ୍ୱରୀ ଦୋରା  ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ କେ. କୃଷ୍ଣମୂର୍ତ୍ତି ଓ ସମ୍ମାନିତ ଅତିଥି ଭାବେ  ବିଶାଲ ITI ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ କେଦାରନାଥ  ନାୟକ ,ରଙ୍ଗେଇଲୁଣ୍ଡା ବ୍ଲକ୍ ର ଅଧ୍ୟକ୍ଷା ଶ୍ରୀମତୀ ଚିନି ଉଷାରାଣୀ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ କରିବା ସହ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ। ଉତ୍ସବରେ ମୁଖ୍ୟ ଆକର୍ଷଣ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା  ପରିବେଷଣ କରାଯାଇଥିବା ନାଚ ଗୀତ  ଓ ନାଟକ ଦର୍ଶକ ମାନଙ୍କ ମନକୁ ଆକର୍ଷଣ କରିଥିଲା। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ, ସମ୍ମାନିତ ଅତିଥିଙ୍କ ବକୃତା ସହିତ ଉତ୍ସବ ସମାପ୍ତ ହୋଇଥିଲା। ଶ୍ରୀ ରାଜ୍ ଶେଖର ପାତ୍ର ଓ ସୁଶ୍ରୀ ଚାନ୍ଦିନୀ ନାୟକ କାର୍ଯ୍ୟକ୍ରମ ର ଉପସ୍ଥାପନା କରିଥିଲାବେଳେ ପରିଶେଷରେ ସ୍କୁଲ୍ ଅଧ୍ୟକ୍ଷା ଶ୍ରୀମତୀ ବବିତା ମଞ୍ଜରୀ ପାତ୍ର ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS