ଅମାନ୍ତିଆ ପ୍ରାଥମିକ କୃଷି ସମବାୟ ସମିତିରେ ନୂତନ ଗୃହ ଓ ଧାନ ମଣ୍ଡି ଉଦ୍ଘାଟନ
କଟକ (ମଣିଭଦ୍ରା ଖବର) ଦୀର୍ଘ ଦିନ ପରେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ଅମାନ୍ତିଆ ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଖୋଲିଲା ଧାନ ମଣ୍ଡି। ତେବେ ଆଜି ସକାଳ ସମୟ ପାଖାପାଖି ୧୦ ଘଣ୍ଟିକା ସମୟରେ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅମାନ୍ତିଆ ପ୍ରାଥମିକ କୃଷି ସମବାୟ ସମିତି ପରିସର ରେ ଜଗନ୍ନାଥ୍ ଙ୍କ ପ୍ରତିମା ରେ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜଳନ କରି ନଡିଆ ବାଡ଼ାଇ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଅମାନ୍ତିଆ ପ୍ରାଥମିକ କୃଷି ସମବାୟ ସମିତିର ପରିଚାଳନ କମିଟିର ସଭାପତି ବଟକୃଷ୍ଣ ଅତବୁଦ୍ଧି କାର୍ ଙ୍କ ପୌରହିତରେ ଓ ଆୟୋଜିତ କାର୍ଯ୍ୟକ୍ରମ ରେ ସେବା ସମବାୟ ସମିତିର ସଂପାଦକ ତପନ କୁମାର ପ୍ରଧାନ ଙ୍କ ସମ୍ପାଦନା ରେ ଧାନ ମଣ୍ଡି ର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ରୁପେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି,ସମ୍ମାନିତ ଅତିଥି ଭାବରେ ୨୯ ନମ୍ବର ଜୋନ ର ଜିଲ୍ଲାପରିଷଦ ଜୟଶ୍ରୀ ବରାଳ, ଉପାଧ୍ୟକ୍ଷା ସ୍ବର୍ଣ୍ଣଲତା ବେହେରା, ଆତ୍ମା ର ଅଧ୍ୟକ୍ଷ ମହେନ୍ଦ୍ର ପଢିଆରି, ବଡମ୍ବା - ନରସିଂହପୁର ନିୟନ୍ତ୍ରଣ ବଜାର କମିଟି ସଂପାଦକ, ସହକାରୀ ନିବଦ୍ଧକ ସମବାୟ ସମିତି ବିଜେନ୍ଦ୍ର କୁମାର ମାହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଆଖପାଖ ଅଞ୍ଚଳ ର ଶତାଧିକ ଚାଷୀ ଯୋଗଦେଇ ଥିଲେ। ଏହି ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ସମିତି ର ସମସ୍ତ କର୍ମ କର୍ତ୍ତା ସହଯୋଗ ଦେଇଥିଲେ।।
ମାନସ କୁମାର ସାହୁ, କଟକ
Post a Comment