ସାମାଜିକ କର୍ମୀ ସନାତନ ସାହୁଙ୍କ ଅକାଳ ବିୟୋଗ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ରାସଙ୍ଗ ଗ୍ରାମର ସାମାଜିକ କର୍ମୀ ସନାତନ ସାହୁଙ୍କ ଆଜି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଛି । ଦୀର୍ଘ ଦିନ ହେବ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ରହିଥିଲା । ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଗଣିଆ ବ୍ଳକ ରାସଙ୍ଗ ପଞ୍ଚାୟତ ସମିତି ସଭ୍ୟା କବିତା ସାହୁଙ୍କର ସ୍ବାମୀ ସନାତନ ଜଣେ ସାମାଜିକ କର୍ମୀ ହିସାବରେ ବେଶ୍ ଜଣାଶୁଣା ଥିଲେ । ଗଣିଆ ବ୍ଳକର ବିଭିନ୍ନ ସାମାଜିକ କାମରେ ସେ ନିଜକୁ ନିୟୋଜିତ କରି ପ୍ରଶଂସା ସାଉଁଟି ଥିବା ଜଣାପଡିଛି । ତାଙ୍କର ଅକାଳ ମୃତ୍ୟୁରେ ରାସଙ୍ଗରେ ଶୋକର ଛାୟା ଖେଳିଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ଡଃ.ଅରୁଣ କୁମାର ସାହୁ,ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ଵନା ପ୍ରଦାନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment