BREAKING
Loading...
:

ମଙ୍ଗଳପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୩ ତମ ବାର୍ଷିକ ଉତ୍ସବ

 ମଙ୍ଗଳପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୩ ତମ ବାର୍ଷିକ ଉତ୍ସବ 

ବେଲଗୁଣ୍ଠା (ମଣିଭଦ୍ରା ଖବର) ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ସମ୍ପାଦକ ମାଧବ ଚନ୍ଦ୍ର ଆପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବକୁ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା,ମୁଖ୍ୟ ବକ୍ତା ଭାବେ ଗାଲେରୀ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଥାନା ଏସ୍ଆଇ ଅଭୟ କୁମାର ପ୍ରଧାନ, ଏଏସ୍ଆଇ ଆଲୋକ ତ୍ରିପାଠି,ସିଆରସିସି ରଞ୍ଜିତ୍ କୁମାର ସାହୁ, ସରପଞ୍ଚ ପ୍ରତିନିଧି ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସ୍ୱାମୀବିବେକାନନ୍ଦ ବେଲଗୁଣ୍ଠା ର ସମ୍ପାଦକ ସୁଶାନ୍ତ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ I ଛାତ୍ରଛାତ୍ରୀ ସଙ୍ଗୀତ ମାଧ୍ୟମରେ ଅତିଥି ପରିଚୟ ପ୍ରଦାନ କରିବା ସହିତ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥି ସ୍ୱାଗତ କରିଥିଲେ I ପ୍ରଧାନ ଗୁରୁମା ଲକ୍ଷ୍ମୀ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ I ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ଏହି ଅବସରରେ ଅନୁଷ୍ଠାନ ତରଫରୁ ଉପସ୍ଥିତ ସାମ୍ବାଦିକ, ଗାଡ଼ି ଚାଳକ, ବିଦ୍ୟାଳୟର ପୃଷ୍ଠପୋଷକ,ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା I ନୃତ୍ୟ ଗୁରୁ ଅମୂଲ୍ୟ ପ୍ରଧାନଙ୍କ ନିର୍ଦ୍ଦେଶନା ଏବଂ ଗୁରୁଜୀ ଛାୟାକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅତିଥି ଏବଂ ଅଭିଭାବକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I ବିଦ୍ୟାଳୟରେ ପ୍ରତିବର୍ଷ ବିଭିନ୍ନ ପର୍ବପର୍ବାଣୀ ସହିତ ବୃକ୍ଷରୋପଣ ଏବଂ ରକ୍ତଦାନ ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ହେଉଥିବାରୁ ଉପସ୍ଥିତ ଅତିଥି ମାନେ ଅନୁଷ୍ଠାନ କର୍ମକର୍ତ୍ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ I ଗୁରୁମା ପୂଜା,ଦିପା,ରାଜଲକ୍ଷ୍ମୀ, ସୁଲକ୍ଷଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଗୁରୁଜୀ ରାଜେଶ୍ଵର ଆପଟ ଧନ୍ୟବାଦ ଜ୍ଞାପନ କରିଥିଲେ I ଏହି ଅବସରରେ ଅନୁଷ୍ଠାନ ସମ୍ପାଦକ ମାଧବ ଚନ୍ଦ୍ର ଆପଟ ଓ ସହ ଧର୍ମିଣୀ ଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ 20 ତମ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇବା ସହିତ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରାଯାଇଥିଲା ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS