BREAKING
Loading...
:

କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ତରଫରୁ ସମ୍ମାନିତ ହେଲେ ଯୁବ ସମାଜସେବୀ ସରୋଜ୍ ସାହୁ

 *କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ତରଫରୁ ସମ୍ମାନିତ ହେଲେ ଯୁବ ସମାଜସେବୀ ସରୋଜ୍ ସାହୁ*

କଳାହାଣ୍ଡି (ମଣିଭଦ୍ରା ଖବର) ଜନ୍ମ ଦିନଠୁ ଆଜି ପର୍ଯ୍ୟନ୍ତ ଯେ କୈାଣସି ସମୟରେ କିମ୍ବା ଯେତେବେଳେ ଯେଉଁ ଯାଗାରେ ଯେକୌଣସି ଲୋକର ଅସୁବିଧା ହେଲେ ଦେବଦୁତ ସାଜି ସମସ୍ତ ଙ୍କ ପାଖକୁ ପହଞ୍ଚିଥାନ୍ତି ସେ। କହିବାକୁ ଗଲେ ସେ ଆଉ କେହି ନାହାନ୍ତି ସେ ହେଉଛନ୍ତି ଆମ  ସମସ୍ତ ଙ୍କ ପ୍ରିୟ ସାମ୍ବାଦିକ ତଥା ସମାଜସେବୀ ସରୋଜ ସାହୁ। କଳାହାଣ୍ଡି ଜିଲ୍ଲା  କର୍ଲମୁଣ୍ଡା ବ୍ଲକ୍ ଅଧୀନସ୍ଥ ବୋରପଦର ଆଦର୍ଶ ଗ୍ରାମ ପଞ୍ଚାୟତ ସ୍ଥିତ ଖଲିଆପାଲି ଗ୍ରାମର ପିତା ବୈଇଲୁଚନ ସାହୁ ଓ ମାଁ ବେଳମତି ସାହୁ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ ସମାଜସେବୀ ସରୋଜ ସାହୁ। କୋରୋନା ସମୟରେ ଆକ୍ରାନ୍ତ ବ୍ୟକ୍ତି ମାନଙ୍କ ଶବ ସତ୍କାର ପାଇଁ ବନ୍ଧୁ ବାନ୍ଧବ ସମ୍ପର୍କିତ ଲୋକ ପାଖକୁ ଆସୁ ନଥିଲେ ସେହି ସମୟରେ ସାହୁ ଶହ ଶହ ମୃତ ଶରୀରକୁ ମୃତକ ଙ୍କ ଗାଁ ମଶାଣି କୁ ନେଇ ଶବ ସଂସ୍କାର କରିଥିଲେ। ଓ ଯାହା ଦେହ ଖରାପ ହୋଇଥିଲେ ତାହାଙ୍କୁ ବଡ଼ ହସ୍ପିଟାଲ ନେଇ ରକ୍ତ ଅସୁବିଧା ଥିଲେ ନିଜର ଦେହ ରୁ ରକ୍ତ ଦେଇ ଜୀବନ ବଞ୍ଚାଇବା ର ପ୍ରୟାସ କରିଥଲେ!  କେବଳ ସେତିକି ନୁହେଁ ଗରିବ ଅସହାୟ ପରିବାର କୁ ପୋଷାକ ବାଣ୍ଟିବା ସହ ଶିତବସ୍ତ୍ର ମଧ୍ୟ ବଣ୍ଟନ ଓ ଅନେକ ସାମାଜିକ କାର୍ଯ୍ୟ କରିବା ଦିଗରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଛି। ଏଭଳି ସମାଜସେବା ଓ ମହାନତା କୁ ଆଖି ଆଗରେ ରଖି 27 ତମ କଳାହାଣ୍ଡି ଉତ୍ସବ ଘୁମୁରା 2025 ମସିହାରେ ସରୋଜ ସାହୁ ଙ୍କୁ ଜଣେ ଲଢୁଆ ନିର୍ଭିକ ନିଃସ୍ଵାର୍ଥପର ସମାଜସେବୀ ଭାବରେ କଳାହାଣ୍ଡି ମାଟି ଚୟନ କରି କଳାହାଣ୍ଡି ଉତ୍ସବ ଘୁମୁରା 2025 ମଞ୍ଚରେ ଫୁଲତୋଡ଼ା ଦେଇ ସମ୍ମାନୀତ କଲେ କର୍ଲାମୁଣ୍ଡା ବ୍ଲକ ବିଡ଼ିଓ ଦେବେନ୍ଦ୍ର ସାମଲ। ଏହି ସମାଜ ସେବା ରେ ସରୋଜ ସାହୁ ଙ୍କୁ ସହଯୋଗ କରିଥିବା ଧନୁର୍ଯ୍ୟୟ ସାହୁ, ସୁଶାନ୍ତ ମଳିକ, ସ୍ୱଗତ ଲାଳାଟେଡୁ ସାହୁ ,ସୁଶାନ୍ତ ମିଶ୍ର, ସୁଦର୍ଶନ ସାହୁ, ଅଜିତ ବେହେରା, ଦେବେରାଜ ରଣା, କ୍ଷୀରମଣି ସାହୁ,ରାଜୁ ମିଶ୍ର, ଡି.କେ ରାଇସ୍ ମିଲ ମୂଖ୍ୟ ଆଶିଷ କେଡ଼ିଆ, ଅମୂଲ୍ୟ ଦାସ,ଏବଂ ହରିଚନ୍ଦନ ସାହୁ ହେଲକୋ କଳାହାଣ୍ଡି ପ୍ରେସିଡେଣ୍ଟ ର

ଲିଙ୍ଗରାଜ ସାହୁ ପ୍ରମୁଖ ସହଯୋଗ କରିଥିବା ହେତୁ ତାଙ୍କୁ ଧନ୍ୟବାଦ୍ ଜ୍ଞାପନ ଦେଇଛନ୍ତି। ଏହାବାଦ ସେ କହିଛନ୍ତି ଆଗାମୀ ଦିନରେ ସମାଜ ସେବା କ୍ଷେତ୍ରରେ ସେ ନିଜ ଜୀବନକୁ ଏଭଳି ଉସର୍ଗିକୃତ୍ କରିବା ନେଇ ସଂକଳ୍ପବଦ୍ଦ ଥିବା ମତ ପ୍ରକାଶ କରିଛନ୍ତି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS