ଶିଖରପୁର ରେ ଧାନ ମଣ୍ଡି ଉଦଘାଟିତ
ଖଣ୍ଡପଡ଼ା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଶିଖରପୁର ଗ୍ରାମ ପଞ୍ଚାୟତର ସେବା ସମବାୟ ସମିତି କାର୍ଯ୍ୟାଳୟ ରେ ସୋମବାର ଦିନ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସେବା ସମବାୟ ସମିତି କାର୍ଯ୍ୟାଳୟ ର ସମ୍ପାଦିକା ରାଜଲକ୍ଷ୍ମୀ ସ୍ବାଇଁ,ଡିଇଓ ମୂରଲୀଧର ମୁଦୁଲି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପଣ୍ଡା, ଶିଖରପୁର ରାଜସ୍ଵ ନିରକ୍ଷ ଇସାକ ମଲିକ ଓ ସ୍ଥାନୀୟ ଅଞ୍ଚଳର ସମସ୍ତ ଚାଷୀ ମାନଙ୍କ ଉପସ୍ଥିତି ରେ କଣ୍ଟାପଲ୍ଲାପୁଜାର୍ଜନା କରିଥିଲେ । ଚଳିତବର୍ଷ ଶିଖରପୁର ସେବା ସମବାୟ ସମିତି ଅଧୀନ ରେ ୩୪୮ ଜଣ ଚାଷୀ ପରିବାର ଧାନ ମଣ୍ଡି ରେ ଧାନ ବିକ୍ରି ନିୟନ୍ତ୍ରଣ ରେ ନାମ ପଞ୍ଜିକରଣ କରି ଥିଲେ।ଜୟବଜରଙ୍ଗି ରାଇସ ମିଲ୍ଲର ସେଠାରୁ ଧାନ ସଂଗ୍ରହ କରିବା ନିର୍ଦେଶ ରହି ଥିବା ସମିତି ର ସମ୍ପାଦିକା ରାଜଲକ୍ଷ୍ମୀ ସ୍ବାଇଁ କହିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment