ଖଣ୍ଡପଡା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ନୟାଗଡ (ମଣିଭଦ୍ରା ଖବର) ଖଣ୍ଡପଡା ବ୍ଲକ ଗୋଷ୍ଠିଶିଖ୍ୟା ବିଭାଗ ପଖ୍ୟରୁ ମଙ୍ଗଳ ବାର ଦିନ ଭିର୍ନଖ୍ୟମ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଆନ୍ତର୍ଜାତୀୟ ଭିର୍ନଖ୍ୟମ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ଅନ୍ତର୍ନିବେଶି ସାଧନ କେନ୍ଦ୍ର ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠି ଶିଖ୍ୟାଧିକାରୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର କର ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥୀ ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ କଳିଙ୍ଗ ଚନ୍ଦ୍ର ନାୟକ,ନାରାୟଣ ଦାଶ,ପ୍ରଦିପ୍ତ କୁମାର ସାହୁ,ବି,ଆର,ଟି ପ୍ରଶାନ୍ତ କୁମାର ବେହେରା,ସଞ୍ଜୟ କୁମାର ବେହେରା ଓ ମଞ୍ଜୁଲତାଦେଇ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତୀୟ ଭିର୍ନଖ୍ୟମ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ। ଆଜିର ଦିନରେ ପଚାଶରୁ ଉର୍ଧ ଭିର୍ନଖ୍ୟମ ଛାତ୍ରଛାତ୍ରୀ ଓ ଅଭିଭାବକ ଅନ୍ତର୍ନବେସି ସାଧନ କେନ୍ଦ୍ର ଠାରୁ ଏକ ରାଲିରେ ବାହାରି ଖଣ୍ଡପଡା ସହର ପରିକ୍ରମା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିଖ୍ୟକ ଶିଖ୍ୟୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଶପଥ ଗ୍ରହଣ କରିଥିଲେ।ତତ୍ ସହିତ ଆଇ,ଇ,ଭି ଶିଖ୍ୟକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
(ଖଣ୍ଡପଡାରୁ ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ରିପୋର୍ଟ)
Post a Comment