BREAKING
Loading...
:

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

 ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 


ଭୁବନେଶ୍ଵର (ମଣିଭଦ୍ରା ଖବର)ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ସହ ଗଞ୍ଜାମ ଜିଲ୍ଲାରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ଧାନ ଅମଳ ସମୟରେ ହୋଇଥିବା ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀଙ୍କ ଅମଳ କ୍ଷୟକ୍ଷତିକୁ ନଜରରେ ରଖି ଗଞ୍ଜାମ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଚାଷୀଙ୍କ କୃଷି ଋଣ ଛାଡ କରିବା ସହ ଧାନର ମାନ ନଦେଖି ମଣ୍ଡିରେ ଧାନ ଉଠେଇବାକୁ ଓ ଇନ୍ସୁରାନ୍ସ (Insurance) ଟଙ୍କା ଦେବାକୁ ନେଇ ଦାବିପତ୍ର ଦାଖଲ କରିଥିଲେ।* 

*ବିଜୁ ବାବୁ ଓ ନବୀନ ବାବୁଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଏଥିରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ପୂର୍ବତନ ବିଧାୟକ/ବିଧାୟିକା, ଚଳିତ ବର୍ଷର ବିଧାୟକ/ବିଧାୟିକା ପ୍ରାର୍ଥି, ସାଂସଦ ପ୍ରାର୍ଥୀ, ବ୍ରହ୍ମପୁର ମେୟର ତଥା ସମସ୍ତ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବା ସହିତ ଆମ ପ୍ରିୟ ଶ୍ରୀ ବିପ୍ଲବ ପାତ୍ର ଯୋଗ ଦେଇଥିଲେ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS