ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
ଦଶପଲ୍ଲା,୩/୧୨ (ମଣିଭଦ୍ରା ଖବର)
ଡିଜାବଲ ରିଲିଫ ଅର୍ଗାନାଇଜେସନ୍ , ଦଶପଲ୍ଲା ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ନୂଆଗାଁ ବ୍ଳକ ମାଇଛେଳୀ ଗ୍ରାମ ପଞ୍ଚାୟତ ସଂପଡା ସ୍ଥିତ କାର୍ଯ୍ୟାଳୟ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଡା.ପ୍ରଫୁଲ୍ଳ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂପୃକ୍ତ ପଞ୍ଚାୟତ ର ସରପଞ୍ଚ ସ୍ୱାଗତିକା ପ୍ରୀୟଦର୍ଶିନୀ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ବ୍ଳକ୍ ଏବିଡିଓ ସ୍ବଦେଶ ରଞ୍ଜନ ଶତପଥୀ, ସମିତି ସଭ୍ୟା ମିନତୀ ବେହେରା, ଅନୁଷ୍ଠାନ ର ସମ୍ପାଦକ ଲକ୍ଷ୍ମୀଧର ଵେହେରା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଥିଲେ । ସମ୍ପାଦକ ଶ୍ରୀ ବେହେରା ଅତିଥି ପରିଚୟ କରିବା ସହ ଆଜି ଦିନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ୟକ୍ତିର ଭିନ୍ନକ୍ଷମତାକୁ ନଦେଖି ସକ୍ଷମତାକୁ ଦୃଷ୍ଟି ଦେବାକୁ ସଭାପତି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର କୋଷାଧ୍ୟକ୍ଷ ସୁମନ୍ତ କୁମାର ସାଥୁଆ, ସଭ୍ୟା ସରୋଜିନୀ ପରିଡ଼ା,ମମିତା ଗୋଛାୟତ,ଶୁଭଲକ୍ଷ୍ମୀ ନାଥ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ବେହେରା ନିଜର ମତାମତ ସହ ଧନ୍ୟବାଦ ଅର୍ପଣ କରିଥିଲେ।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment