ମହାବୀର ଚାଲେଞ୍ଜ କ୍ରିକେଟ କପ୍..... -୨୦୨୪....
ନୟାଗଡ଼ (ରୀନା ସାହୁ) ଟାଙ୍ଗୀ ବ୍ଲକ ଭୂଷଣ୍ଡ ପୁର ର ମହାବୀର ସ୍ପୋର୍ଟିଂ କ୍ଳବ ପକ୍ଷରୁ ଭୂଷଣ୍ଡ ପୁରରେ ଅନୁଷ୍ଠିତ ମହାବୀର ଚ୍ୟାଲେଞ୍ଜ କପ 2024 କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଥିଲା ଉଦଯାପନୀ ଦିବସ..
ଏଥିରେ ଓସ୍କାର ଏକାଦଶ ଭୁଷଣ୍ଡପୁର ଓ ଏୟାର ପୋର୍ଟ ଆସେସ ଭୂବନେଶ୍ବର ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟସ ଜିତି ପ୍ରଥମେ ଏୟାର ପୋର୍ଟ ଆସେସ ଭୂବନେଶ୍ବର ୨୦ ଓଭର ମ୍ୟାଚ ବିଶିଷ୍ଟ ଖେଳରେ ସମସ୍ତ ଉଇକେଟ ହରାଇ ୧୯୬ ରନ୍ ସଂଗ୍ରହ କରି ନେଇଥିଲା......ଏହାର ପ୍ରତି ଜବାବରେ ଓସ୍କାର ଏକାଦଶ ଭୁଷଣ୍ଡପୁର ୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୫୧ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା ।.
ଏୟାର ପୋର୍ଟ ଆସେସ ଭୂବନେଶ୍ବର ଚଳିତ ବର୍ଷ ମହାବୀର ଚାଲେଞ୍ଜ କ୍ରିକେଟ କପ୍ -୨୦୨୪ ବିଜେତା ହୋଇଛି । ଏଥିରେ ସମାଜ ସେଵୀ ସଞ୍ଜୟ କୁମାର ପଟ୍ଟନାୟକ..., ନିଖିଳ ଓଡିଶା କୈବର୍ତ୍ତ ମହାସଭା ଯୁବ ରାଜ୍ୟ ସାଧାରଣ ସଂପାଦକ ଦିଲ୍ଲିପ କୁମାର ବେହେରା, ,... ଭୂଷଣ୍ଡ ପୁର ଗ୍ରାମ ପଂଚାୟତ ସରପଞ୍ଚ ସୈାରଭ କୁମାର ଦାସ ମହାପାତ୍ର... ,ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ..
ଓ.ସି.ଏ, କଟକର ଆନନ୍ଦ ଚନ୍ଦ୍ର ସାହୁ ଓ ପୁଷ୍ପକ କୁମାର ରଥ ମ୍ୟାଚ ପରିଚାଳନା କରିଥିଲେ। ଆୟୋଜକ ଅନୁଷ୍ଠାନ ର ସଭାପତି ଗୈାରହରି ମଲ୍ଲିକ.. ଉପ ସଭାପତି ପ୍ରଶାନ୍ତ କୁମାର ଦାସ.... ସମ୍ପାଦକ ରମେଶ କୁମାର ସାହୁ , କୋଷାଧକ୍ଷ ମନୋଜ କୁମାର ଜେନା.. ବରିଷ୍ଠ ସଭ୍ୟ ମାନସ ରଞ୍ଜନ ମଲ୍ଲିକ, ମନୋଜ କୁମାର ମଲ୍ଲିକ, ନିହାର ରଂଜନ ମଲ୍ଲିକ, ଶିବ ସୁନ୍ଦର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ନାୟକ, ଆଲୋକ କୁମାର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ.
ଚମ୍ପିୟାନ ଦଳକୁ ଅର୍ଥ ରାଶି-୨୫୦୦୦/- ସହିତ ଟ୍ରଫି ଓ ବିଜେତା ଦଳକୁ ଅର୍ଥ ରାଶି-ଟ.୨୦୦୦/- ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ବିଜେତା ଦଳ ଏୟାର ପୋର୍ଟ ଆସେସ ଭୂବନେଶ୍ବର ଦଳର ଖେଳାଳୀ ଖୁସି ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଓ ଓସ୍କାର ଏକାଦଶ ଭୁଷଣ୍ଡପୁର ଦଳର ଖେଳାଳୀ ନାଗାର୍ଜୁନ ରଣା ମ୍ୟାନ ଅଫ୍ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଵେଷ୍ଟ କ୍ୟାଚ ପାଇଁ ଓସ୍କାର ଦଳର ଚିକୁ ଙ୍କୁ ପୁରସ୍କୃତ କରାଯାଇଥିଲା ।
ମଣିଭଦ୍ରା ଖବର,ନୟାଗଡ
Post a Comment