ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ "ବର୍ଣ୍ଣାଳୀ" ଅନୁଷ୍ଠିତ
ଗଣିଆ (ମଣିଭଦ୍ରା ଖବର) କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବର୍ଣ୍ଣାଳୀ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମଣ୍ଡଳ ସାଧନ ସଂଯୋଜକ ବିନୋଦିନୀ ପଣ୍ଡା, ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ବେହେରା, ନିରୁପମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସାଧନ କର୍ମୀ ସୁରେଶ ଚନ୍ଦ୍ର ବେହେରା, ଶୈଳବାଳା ସାହୁ,କେଶବ ଚନ୍ଦ୍ର ନାୟକ ଏବଂ ନାରାୟଣ ଦଳେଇ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ ।
ପୁଅ ଓ ଝିଅଙ୍କ ମଧ୍ୟରେ ବିଭେଦତା ସୃଷ୍ଟି ନକରି ଉଭୟଙ୍କୁ ସମାନ ଦୃଷ୍ଟିରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଉଦଯାପନୀ ଉତ୍ସବରେ ନୟାଗଡ଼ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରାବଣୀ ନନ୍ଦ ଉପସ୍ଥିତ ରହି ଲିଙ୍ଗଗତ ବିଭେଦତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଶିକ୍ଷଣରେ ଉପସ୍ଥିତ ୨୭ ଜଣ ପ୍ରଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment