BREAKING
Loading...
:

କ୍ଷମତାରୁ ଯିବା ପରେ ଆଜି ପ୍ରଥମ ଥର ପାଇଁ ଜିଲ୍ଲାଗସ୍ତରେ ବାହାରିଥିଲେ ନବୀନ ପଟ୍ଟନାୟକ

 ଭୁବନେଶ୍ଵର (ମଣିଭଦ୍ରା ଖବର) କ୍ଷମତାରୁ ଯିବା ପରେ ଆଜି ପ୍ରଥମ ଥର ପାଇଁ ଜିଲ୍ଲାଗସ୍ତରେ ବାହାରିଥିଲେ ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ଭାବେ ତାଙ୍କର ପ୍ରଥମ ଗସ୍ତ ଥିଲା ନିଜ ଜିଲ୍ଲା ଗଞ୍ଜାମ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କର ଦୁଃଖ ବୁଝିବା ଥିଲା ଗସ୍ତର ଉଦ୍ଦେଶ୍ୟ । ଶେରଗଡ଼, ହିଞ୍ଜିଳି, ଆସ୍କା, କବିସୂର୍ଯ୍ୟନଗର ଓ ଖଲିକୋଟ ଅଞ୍ଚଳର  କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ । ସବୁଠାରୁ ବଡ଼କଥା ହେଲା ନବୀନଙ୍କର ସାମାନ୍ୟ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଥିଲା ନାହିଁ ନ ଥିବା ଉତ୍ସୁକତା । ସ୍ୱତଃସ୍ପୃତ ଭାବରେ ସେମାନେ ତାଙ୍କ ପାଖକୁ ଧାଇଁ ଆସିଥିଲେ । କ୍ଷତିଗ୍ରସ୍ତ ଚାଷୀମାନଙ୍କର ଭରସା ଥିଲେ ନବୀନ ପଟ୍ଟନାୟକ । ତାଙ୍କୁ ଗୁହାରି କଲେ ସେମାନଙ୍କ ସମସ୍ୟାର ସମାଧାନ ହୋଇଯିବାର ବିଶ୍ୱାସ ଜଳ ଜଳ ଦିଶୁଥିଲା । ନବୀନଙ୍କୁ ଦେଖିବା ବେଳେ ଚାଷୀ, ମହିଳା ଅନେକଙ୍କ ଆଖିରୁ ଲୁହ ଝରି ଆସୁଥିଲା । ନବୀନଙ୍କ ପାଇଁ ଲୋକଙ୍କ ମନରେ ଥିବା ଆବେଗ ଆଜି ତାଙ୍କ ଗଞ୍ଜାମ ଗସ୍ତବେଳେ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଆସନ୍ତାକାଲି ସେ ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ । ସୂଚନାଥାଉକି, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାର ଫସଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଚାଷୀମାନଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସହ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଗଞ୍ଜାମ ଗସ୍ତକୁ ରାଜନୈତିକ ମହଲରେ ତୁଳନା କରାଯାଉଛି । ବିଜେଡି ପାଇଁ ଏହା ଶୁଭ ସଙ୍କେତ ବୋଲି କୁହାଯାଉଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS