BREAKING
Loading...
:

ମହିଳାଙ୍କ ଧାରଣା ନେଇ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା

 ମହିଳାଙ୍କ ଧାରଣା ନେଇ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା 

ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ନବୀନ କହିଛନ୍ତି ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି। ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି । ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି। ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଛି । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଗତକାଲି ବିଧାନସଭାରେ ଏନେଇ ଚର୍ଚ୍ଚା ହୋଇଛି। ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ । କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ। ମହିଳାଙ୍କ ସ୍ବାର୍ଥରେ ଯାହା ଉଚିତ୍ ତାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି ମହିଳା। ଶୀତ କାକର ସାଙ୍ଗକୁ ବର୍ଷାରେ ଭିଜୁଛନ୍ତି । ହେଲେ ଏପଟେ ମହିଳାଙ୍କୁ ନେଇ ରାଜ୍ୟରେ ବଢ଼ୁଛି ରାଜନୀତି ତାତି । ତେବେ ଏହାରି ଭିତରେ ଏମାନଙ୍କୁ କେବେ ନ୍ୟାୟ ମିଳୁଛି ତା’ ଦେଖିବାକୁ ବାକି ରହିଲା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS