*ଦୀର୍ଘ ବର୍ଷର ଗଞ୍ଜାମ ଏବଂ ଦକ୍ଷିଣ ଓଡ଼ିଶା ବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି*
ପୂର୍ବରୁ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଦାନୀ ଗ୍ରୁପ୍ କୁ ପୂର୍ବରୁ ପଦକ୍ଷେପ ନେବା ଲାଗି ଅନୁରୋଧ କରିଥିଲା ଯାହା ଆଜି ପୂରଣ ହୋଇଛି। ଗତ କିଛି ବର୍ଷ ଧରି ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ହୋଇଥିବା କିଛି ପ୍ରମୁଖ ଦାବି ଗୁଡ଼ିକୁ, ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ମାନ୍ୟବର ଯଶସ୍ୱି ପ୍ରଧାନମନ୍ତ୍ରୀ ଏବଂ ଆଦାନୀ ବନ୍ଦର ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରୁଛି ମିଳିତ କ୍ରିୟାନୁଷ୍ଠାନ କମିଟି।
ବହୁ ଦିନ ଧରି ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟ କରି ଆସୁଛି ଏବଂ ଗତ ଅଗଷ୍ଟ ରୁ ସେପ୍ଟେମ୍ବର ମାସରେ କମିଟିର ୬୨ ରୁ ଉର୍ଦ୍ଧ ସଙ୍ଗଠନ ମାନଙ୍କ ଦ୍ଵାରା ହୋଇଥିବା ମିଳିତ ଜନ ଆନ୍ଦୋଳନ ଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବ୍ରହ୍ମପୁର ସାଂସଦ, ବ୍ରହ୍ମପୁର ବିଧାୟକ ନିଜେ ଦେଇଥିବା ପ୍ରତିଶ୍ରୁତି ଦୀର୍ଘ ୧୦୦ ବର୍ଷ ପରେ ପୂରଣ ହେବାକୁ ଯାଉଛି, ଫୁଲବାଣୀ-ରେଢ଼ାଖୋଲ ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ଚାଲିଛି, ଏବଂ ଆଗାମୀ ଦିନରେ ବହୁ ଦାବି ସରକାର ଗ୍ରହଣ କଲେ, ଗଞ୍ଜାମ ସହ ଦକ୍ଷିଣ ଓଡ଼ିଶାର ବହୁତ୍ ଜିଲ୍ଲା ଲାଭବାନ୍ ହେବେ ବୋଲି କହିଛନ୍ତି ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ଆଇନଜୀବି ସରୋଜ ରଞ୍ଜନ ପଟ୍ଟନାୟକ, ଅବସରପ୍ରାପ୍ତ ଅଧିକାରୀ ଡଃ. ବାଳକୃଷ୍ଣ ପଣ୍ଡା, ସ୍ଥାୟୀ ବିକାଶ ଲକ୍ଷ୍ୟର ସଭାପତି ରବିନ୍ଦ୍ର କୁମାର ମିଶ୍ର, ପ୍ରବୀଣ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ଦାସ, ପ୍ରିତିଶ୍ ପାଣିଗ୍ରାହୀ, ଘୁମୁସର କମିଟି ଆବାହକ, ରାୟଗଡ଼ା ଜିଲ୍ଲା କମିଟି ସଦସ୍ୟ, ଫୁଲବାଣୀ କମିଟି ସଦସ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ସଦସ୍ୟ।
କମିଟି ର ବୁଦ୍ଧିଜୀବୀମାନେ କହିଛନ୍ତି ଯେ, ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଯେମିତି, ଗୋପାଳପୁର-ସିଙ୍ଗାପୁର ରୋଡ୍ (ପଦ୍ମପୁର ଦେଇ) ର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ୍: ଗୁଣପୁର - ପଦ୍ମପୁର - ସିଙ୍ଗାପୁର ରୋଡ୍ - ଥିରୁଭାଲୀ ଭାବରେ।
ଗତ କାଲି କନ୍ଧମାଳ ଜନ ପ୍ରତିନିଧି ମାନ୍ୟବର ସୁକାନ୍ତ କୁମାର ପାଣିଗ୍ରାହୀ ମହୋଦୟ ନେଇଥିବା ପଦକ୍ଷେପ କୁ ମଧ୍ୟ ସ୍ବାଗତଯୋଗ୍ୟ କହିଛି ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟି।
ଆଗାମୀ ଦିନରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଦକ୍ଷିଣ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ସହ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଅଣ୍ଟା ଭିଡ଼ିଛି ଏବଂ ଆଗାମୀ ଦିନରେ ଜନ ପ୍ରତିନିଧି ମାନଙ୍କ ମୁଠାକୁ ଆହୁରି ସଶକ୍ତ କରିବାକୁ ଆଶା ରଖିଛି କମିଟି ଯଦି ଆଗାମୀ ଦିନରେ ୫୦ ରୁ ଉର୍ଦ୍ଧ ପ୍ରମୁଖ ଦାବି ଗୁଡ଼ିକ ପୂର୍ଣ୍ଣାଙ୍ଗ ଭାବେ ତ୍ଵରାନିତ କରାଯିବ।
ପ୍ରଦୀପ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment