BREAKING
Loading...
:

ବଡ଼ମ୍ବା ଆତ୍ମା କମିଟି ନିର୍ବାଚନ.... ମହେନ୍ଦ୍ର କୁମାର ପଢିଆରି ଅଧ୍ୟକ୍ଷ ମନୋନୀତ।

  ବଡ଼ମ୍ବା ଆତ୍ମା କମିଟି ନିର୍ବାଚନ....  ମହେନ୍ଦ୍ର କୁମାର ପଢିଆରି ଅଧ୍ୟକ୍ଷ ମନୋନୀତ।

କଟକ (ମାନସ କୁମାର ସାହୁ) ବଡ଼ମ୍ବା ବ୍ଲକ କୃଷି ବିଭାଗ ତରଫରୁ ଆତ୍ମା କମିଟିର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହେନ୍ଦ୍ର କୁମାର ପଢିଆରି ସର୍ବସମ୍ମତିକ୍ରମେ କ୍ରମେ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ୨୫ ଜଣ ସଦସ୍ୟ ବିଶିଷ୍ଟ ଏହି କମିଟିରେ କୃଷି ଉଦ୍ୟାନ କୃଷି,  ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ପଶୁ ସମ୍ପଦ ଓ ମିଶନ ଶକ୍ତି ବିଭାଗ ପାଇଁ ସଦସ୍ୟ ମାନେ ମନୋନୀତ ହୋଇଛନ୍ତି। ବ୍ଲକ୍ ଅଧିକାରୀ କୃଷି ଅଧିକାରିଣୀ ସ୍ମରଣିକା ବିଶ୍ୱାଳ କାର୍ଯକ୍ରମ ପରିଚାଳନା କରିଥିବା ବେଳେ ବ୍ଲକ୍ କୃଷି ଅଧିକାରିଣୀ ଭାସ୍ୱତୀ ଆଚାର୍ଯ୍ୟ କାର୍ଯକ୍ରମର ଅଧ୍ୟକ୍ଷତା କରିବା ସହ ମନୋନୀତ ନୂତନ ଅଧ୍ୟକ୍ଷ ଶ୍ରୀ ପଢିଆରିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପଶୁ ସମ୍ପଦ ଅଧିକାରିଣୀ ଡାକ୍ତର ଦିଲେଶବରୀ ବିଶ୍ୱାଳ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମନୋଜ କୁମାର ମହାନ୍ତିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ।

ମଣିଭଦ୍ରା ଖବର,କଟକ

Post a Comment

أحدث أقدم
Header ADS