BREAKING
Loading...
:

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

  ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

 

ଭୁବନେଶ୍ଵର (ମଣିଭଦ୍ରା ଖବର) ଗୋପ ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର  ଗୋପ ନିଗମାନନ୍ଦ ଉଚ୍ଚ ଵିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ପ୍ରମାଣ ନିମନ୍ତ ଵିଶେଷଞ ଡାକ୍ତରମାନଙ୍କ ଦ୍ବାରା ଶାରୀରିକ,ମାନସିକ,ଦୃଷ୍ଟିହୀନ,ବାକ୍ଓ ଶ୍ରଵଣ ଵାଧିତ ଭିନ୍ନକ୍ଷମ ମାନଙ୍କୁ ନୀରିକ୍ଷଣ କରାଯାଇ ସେମାନଙ୍କୁ ଚିହ୍ନଟ କରାଯାଇଥିଲା । ଅନଲାଇନ୍ ମାଧ୍ୟମରେ ଭିନ୍ନକ୍ଷମ ମାନଙ୍କ ପଞୀକରଣ କରାଯାଇ ଚିହ୍ନଟ ପକ୍ରିୟା କରାଯାଇଥିଲା । ଏଥିରେ ୫ ଶହରୁ ଉର୍ଦ୍ଧ ଭିନ୍ନକ୍ଷମ ଯୋଗ ଦେଇଥିଲେ । ଭିନ୍ନକ୍ଷମ ମାନଙ୍କୁ ପାଇଁ ଟ୍ରାୟ ସାଇକେଲ ସେବା ଦେବସହିତ ଖାଦ୍ୟ ଓ ପାନୀୟ ଵେବସ୍ତା ବ୍ଲକ ପ୍ରଶାସନ ତରଫରୁ କରାଯାଇଥିବାରୁ ଭିନ୍ନକ୍ଷମ ମାନେ ବେଶ ଖୁସି ଥିବାର କହିଥିଲେ । ଏହି ଶିବିରକୁ ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ, ବ୍ଲକ ଅଧକ୍ଷ ବନରଞ୍ଜନ ପଟନାୟକ ଏବଂ ୧୧ନଂ ଜୋନ ଜିଲ୍ଲାପରିଷଦ ପ୍ରମୋଦ ରାଏ ତଦାରଖ କରିଥିଲେ l

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS