BREAKING
Loading...
:

ଟାଉନ୍ ହଲ୍ ସମ୍ମୁଖରେ ଥିବା ପାର୍କିଂ ସ୍ଥଳରେ ଦୋକାନ ଘର ନିର୍ମାଣ କାହା ସ୍ୱାର୍ଥରେ

 ଟାଉନ୍ ହଲ୍ ସମ୍ମୁଖରେ ଥିବା ପାର୍କିଂ ସ୍ଥଳରେ ଦୋକାନ ଘର ନିର୍ମାଣ କାହା ସ୍ୱାର୍ଥରେ 

ବ୍ରହ୍ମପୁର (ମଣିଭଦ୍ରା ଖବର); ମଣିଭଦ୍ରା ଖବର ସହରର ମଧ୍ୟ ଭାଗରେ ଅବସ୍ଥିତ ଶତାଧିକ ବର୍ଷର ବ୍ରହ୍ମପୁର ଟାଉନ୍ ହଲ୍ ସମ୍ମୁଖରେ ରେ ଥିବା ପାର୍କିଂ ସ୍ଥଳରେ ବ୍ରହ୍ମପୁର ମହାନଗର ନିଗମ ଦ୍ଵାର ନୂଆଁ ଦୋକାନ ଗୃହ ନିର୍ମାଣ କାହା ସ୍ୱାର୍ଥରେ ଓ କାହିଁକି ତିଆରି କରାଯାଉଛି ବୋଲି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ଶ୍ରୀ ପୀତବାସ ପଣ୍ଡା ପ୍ରଶ୍ନ କରିଛନ୍ତି । କିଛିଦିନ ତଳେ ମହାନଗର ନିଗମ ତରଫରୁ କୁହାଯାଇଥିଲା ଯେ ଟାଉନ୍ ହଲ୍ ରୋଡ଼କୁ ସମ୍ପ୍ରସାରଣ କରାଯିବ, ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ଟାଉନ୍ ହଲ୍ ଆଗରେ ଥିବା ଦୋକାନ ଗୃହକୁ ସେଠାରୁ ହଟେଇ ଦିଆଯାଇ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବାର ଆବଶ୍ୟକତା ରହିଛି କିନ୍ତୁ ସେମାନଙ୍କୁ ସେଠାରୁ ହଟେଇ ଟାଉନ୍ ହଲ୍ ସମ୍ମୁଖରେ ଥିବା ପାର୍କିଂ ସ୍ଥଳରେ ଦୋକାନ ଗୃହ କରି ସେମାନଙ୍କୁ ଭଡ଼ା ଆକାରରେ ଦେଲେ ବ୍ରହ୍ମପୁର ଟାଉନ୍ ହଲ୍ ତାର ସୌନ୍ଦର୍ୟ୍ଯ ହରେଇବା ସହ ପ୍ରାୟ ଚାରିଶହ ଲୋକଙ୍କ ବସିବା ପାଇଁ କ୍ଷମତା ରଖିଥିବା ଏହି ସଭାଗୃହ ପାର୍କିଂ ଅଭାବରେ 'ନୋ-ମ୍ୟାନ ଜୋନ' ରେ ପରିଣତ ହେବ । ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଟାଉନ୍ ହଲ୍ ରେ ପାର୍କିଂର ଅଭାବ ଯୋଗୁଁ  ମୁଖ୍ୟ ରାସ୍ତାରେ ନାହିଁ ନଥିବା ଭିଡ ଦେଖାଦେବ ଓ ଦୁର୍ଘଟଣା ମାନ ଘଟିବ l

      ଟାଉନ୍ ହଲ୍ ସମ୍ମୁଖରେ ଥିବା ପାର୍କିଂ ସ୍ଥଳରେ ଦୋକାନ ଗୃହ ନିର୍ମାଣ କରି ଭଡ଼ା ଦେବାକୁ ପୌର ପରିଷଦରେ ନିଷ୍ପତି ହୋଇଛି କି ବୋଲି ଆଇନଜୀବୀ ତଥା ବିଜେପି ନେତା ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ବ୍ରହ୍ମପୁର ସହରର ଥିବା ଅସମ୍ଭାଳ ଟ୍ରାଫିକ ସମସ୍ୟାକୁ ସୁଧାରିବା ପରିବର୍ତ୍ତେ ମହାନଗର ନିଗମ ସହରର ସବୁଠାରୁ ବଡ ଅବରୋଧକାରୀ ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ବିକାଶ ପରିବର୍ତ୍ତେ,ସହରର ମୁଖ୍ୟ ରାସ୍ତାରେ ଡ୍ରେନ୍ ଉପରେ  ଦୋକାନ ଘର କରି ଭଡ଼ା ଆଦାୟ କରିବା ମ୍ୟୁନିସପାଲିଟିର ମୂଖ୍ୟକାମ ହୋଇଛି କିନ୍ତୁ ସହରର ଟ୍ରାଫିକ ବ୍ୟବସ୍ଥାର ସୁଧାର ପାଇଁ ଆବଶ୍ୟକ ହେଉଥିବା ପାର୍କିଂ ବ୍ୟବସ୍ଥା ଯୋଗାଇବାରେ ମହାନଗର ନିଗମ ସମ୍ପୂର୍ଣ ବିଫଳ ହୋଇଛି । ଏହି ପରିପ୍ରେକ୍ଷୀରେ  ଟାଉନ୍ ହଲ୍ ସମ୍ମୁଖରେ ଥିବା ସୀମିତ ପାର୍କିଂ ରେ ଦୋକାନ ଗୃହ ନିର୍ମାଣ କରି ତାକୁ ଭଡ଼ା ଦେବା କେତେଦୂର ଯଥାର୍ଥ ବୋଲି ଆଇନଜୀବୀ ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ଯଦି ତୁରନ୍ତ ଏହାକୁ ବନ୍ଦ ନ କରା ଯାଏ ତେବେ ଏହା ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା  କହିଛନ୍ତି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS