BREAKING
Loading...
:

କିନ୍ନର ସଂଘର ସମ୍ପାଦକ ଦୁଇ ଥର ଦେଲେ ରକ୍ତ ଦାନ

 କିନ୍ନର ସଂଘର ସମ୍ପାଦକ ଦୁଇ ଥର ଦେଲେ ରକ୍ତ ଦାନ 

ନବରଙ୍ଗପୁର(ମାମନି ଚକ୍ରବର୍ତ୍ତୀ )ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ର ସମ୍ପାଦକ ଚୁମକୀ ନବରଙ୍ଗପୁର ସହର ଇଚ୍ଛାବତୀଗୁଡା ସତ୍ଯ ସାଇ ସେବା ସମିତି ଅନୁଷ୍ଠାନ ରେ ପ୍ରାୟ ଦୁଇ ଥର ରକ୍ତ ଦାନ ଦେଲେଣି । ଚୁମକୀ କହିଛନ୍ତି ରକ୍ତ ଦାନ ମହା ପୁଣ୍ୟ କାର୍ଯ, ମୁଁ ଏହି କାର୍ଯ୍ଯ କରି ନିଜକୁ ଧନ୍ୟ ଭାବୁଛି ବୋଲି ସେ କହିଛନ୍ତି । 

ଆଉ ସେ କହିଛନ୍ତି ମୋ ଦେହ ପ୍ରଭୁ ସୁସ୍ଥ ରଖି ଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ କରି ଚାଲି ଥିବି । ଚୁମକୀ ଦୁଇ ଥର ରକ୍ତ ଦାନ ଦେଇ ସହର ବାସୀଙ୍କ ପ୍ରତି ମାନବିକତା ର ପରିଚୟ ସୃଷ୍ଟି କରିପାରିଛନ୍ତି । ନବରଙ୍ଗପୁର ସତ୍ଯ ସାଇ ସେବା ସମିତି ର କାର୍ଯ୍ୟକର୍ତ୍ତା ଓ ସମସ୍ତ ସଭ୍ଯ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଚୁମକୀ କୁ ଶେଷରେ ରକ୍ତ ଦାନ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

ମଣିଭଦ୍ରା ଖବର, ନବରଙ୍ଗପୁର 

Post a Comment

Previous Post Next Post
Header ADS