କଟକ ବାଲିଯାତ୍ରାରେ କରେଣ୍ଟ ଲାଗି ନାବାଳକ ମୃତ
କଟକ(ମଣିଭଦ୍ରା ଖବର) କଟକ ବାଲିଯାତ୍ରା ପଡ଼ିଆରେ ଲିଚୁ ଲାଇଟ୍ ଧରି ଦେବାରୁ କରେଣ୍ଟ ଲାଗି ୧୭ ବର୍ଷର ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ନାବାଳକକୁ ଏସସିବି ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । କେଉଁ ପରିସ୍ଥିତିରେ, କେମିତି କରେଣ୍ଟ ଲାଗିଲା ସେ ସମ୍ପର୍କରେ ତଦନ୍ତ କରୁଛି ପୋଲିସ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଯାଞ୍ଚ କରୁଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق