ଆଦର୍ଶ ସାମ୍ବାଦିକା ସମ୍ମାନ ପାଇଲେ ସାମ୍ବାଦିକା ମାମନି ଚକ୍ରବର୍ତ୍ତୀ
ନବରଙ୍ଗପୁର (ମଣିଭଦ୍ରା ଖବର) ନବରଙ୍ଗପୁର ଜିଲ୍ଲା ରାଇଘରର ଜଣେ ଯୁବ ସାମ୍ବାଦିକ ଯାଦବ ଭାବେ ନିଜକୁ ପରିଗଣିତ କରିଥିବା ତଥା ସାମାଜିକ କର୍ମରେ ନିଜକୁ ନିୟୋଜିତ କରିଥିବା ସାମ୍ବାଦିକା ମାମନି ଚକ୍ରବର୍ତ୍ତୀଙ୍କୁ ଆଦର୍ଶ ସାମ୍ବାଦିକା -୨୦୨୪ ସମ୍ମାନରେ ସମ୍ମାନୀତ କରାଯାଇଛି ।
ଯାଦବ ମାଝି ସାମାଜିକ ଓ ସାଂସ୍କୃତିକ ବିକାଶ ପରିଷଦ ଜନ ଜାଗୃତି ମିଶନ ତରଫରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ମୁନ୍ନା ଖାଁଙ୍କ ସମେତ ବହୁ ବରିଷ୍ଠ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଏହି ସମ୍ମାନ ପାଇବା ପରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ଆୟୋଜକ କମିଟିକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଗକୁ ଜନସାଧାରଣଙ୍କ ସେବା କରିବାକୁ ଏହି ପୁରସ୍କାର ମୋତେ ପ୍ରେରଣା ଯୋଗାଇବ ବୋଲି ସେ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment