*ବସନ୍ତ ଡଙ୍ଗରି, ଶିବ କୁମାର ଗଣ୍ଡ ଜିଲ୍ଲା ଭିଜିଲାନ୍ସ ମନିଟରିଙ୍ଗ କମିଟି ର ସଦସ୍ୟ ଭାବେ ମନୋନୀତ
ରାଇଘର (ମାମନି ଚକ୍ରବର୍ତ୍ତୀ)ନବରଙ୍ଗପୁର ଜିଲ୍ଲା ଭିଜିଲାନ୍ସ ମନିଟରୀଙ୍କ କମିଟିର ସଦସ୍ୟ ଭାବରେ ୩ ଜଣଙ୍କୁ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମନୋନୀତ କରିଛନ୍ତି ।
ସେମାନେ ହେଲେ ବସନ୍ତ ଡଙ୍ଗରି, ଶିବକୁମାର ଗଣ୍ଡ, ଭଜନାଥ ଗଣ୍ଡ । ଲେଟର ସଂଖ୍ୟା ୪୮0 ତାରିଖ ୨୮ /୯/୨0 ୨୪ ମନ୍ତ୍ରୀ ଙ୍କ ପ୍ରତିନିଧିତ୍ୱ ଭାବେ ମନୋନୀତ ହେଇଥିବା ରାଇଘର ପତ୍ରକୋଟି ସାହିର ଯୁବନେତା ବସନ୍ତ ଡଙ୍ଗରି ଙ୍କୁ ଏବଂ ହାଟଭରଣ୍ଡି ମଣ୍ଡଳ ସଭାପତି ଶିବକୁମାର ଗଣ୍ଡ ଙ୍କୁ ଜିଲ୍ଲା ଭିଜିଲାନ୍ସ ମନିଟାରୀଙ୍କ କମିଟିର ମାନ୍ୟବର ମନ୍ତ୍ରୀ ଙ୍କ ପ୍ରତିନିଧିତ୍ବ ଭାବେ ମନୋନୀତ ହୋଇଥିବାରୁ ରାଇଘର ବ୍ଲକ ବିଜେପି ତରଫରୁ ଭବ୍ୟସ୍ୱାଗତ ସମ୍ବର୍ଦ୍ଧନା ଜଣେଇବା ସହ ଫୁଲମାଳ ଦେଇ ସ୍ୱାଗତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ମନୋହର ଦଣ୍ଡସେନା, ମନ୍ତ୍ରୀ ଙ୍କ ସହଯୋଗୀ,ଶ୍ୟାମଲାଲ କଲାର, ଜିଲ୍ଲା ବିଜେପି ମୋର୍ଚ୍ଚା ର ଉପ ସଭାପତି ସୁଶାନ୍ତ ସାମନ୍ତରାୟ,ରାଇଘର ମଣ୍ଡଳ ଯୁବମୋର୍ଚ୍ଚା ର ସଭାପତି ଯୋଗୀ ପାଇକ, ଓବିସି ମୋର୍ଚ୍ଚା ର ସଭାପତି ଜିତୁ ଶ୍ରୀବାସ୍ତବ, ରାଇଘର ମଣ୍ଡଳର ସମ୍ପାଦକ ଅଜୁ ପଣ୍ଡା, ଲବ କୁଲଦୀପ, ରିଙ୍କୁ ଶ୍ରୀବାସ୍ତବ,ଗୋପାଳ ସୁନାନୀ,ଜଗନ୍ନାଥ କୁଲଦୀପ, ତ୍ରିନାଥ ରେଲି,ଭାଗିରଥି ପ୍ରଧାନ,ଭୀମ ନାହାକ ଙ୍କ ସମେତ ସମସ୍ତ ବିଜେପି କର୍ମୀ ଉପସ୍ଥିତ ରହିଥିଲେ ।
ମଣିଭଦ୍ରା ଖବର, ରାଇଘର
Post a Comment