BREAKING
Loading...
:

ଖ୍ୟାତନାମା ସାହିତ୍ୟିକ, ଲେଖକ,ଉପନ୍ୟାସିକ,ବରିଷ୍ଠ ସାମ୍ବାଦିକ ମହାପାତ୍ର ଭାସ୍କର ଗନ୍ତାୟତଙ୍କ ପରଲୋକ

 ଖ୍ୟାତନାମା ସାହିତ୍ୟିକ, ଲେଖକ,ଉପନ୍ୟାସିକ,ବରିଷ୍ଠ ସାମ୍ବାଦିକ  ମହାପାତ୍ର ଭାସ୍କର ଗନ୍ତାୟତଙ୍କ ପରଲୋକ 


ବ୍ରହ୍ମପୁର (ମଣିଭଦ୍ରା ଖବର)

ଖ୍ୟାତନାମା ସାହିତ୍ୟିକ, ଲେଖକ,ଉପନ୍ୟାସିକ,ବରିଷ୍ଠ ସାମ୍ବାଦିକ ଶ୍ରୀ ମହାପାତ୍ର ଭାସ୍କର ଗନ୍ତାୟତ (୭୩ ବର୍ଷ)ଙ୍କ ଆଜି ଭୋରରେ ଖଜୁରିଆ ସ୍ଥିତ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ଧର୍ମପତ୍ନୀ ଶ୍ରୀମତୀ ସୌଦାମିନୀ, ପୁଅ କାହ୍ନ , ଆଦିତ୍ୟ ପ୍ରସାଦ, ରାଜରାଜ, ଝିଅ ସୃଜନୀ ପ୍ରିୟ ଦର୍ଶନୀ ଗନ୍ତାୟତ, ଜ୍ୱାଇଁ ଶ୍ରୀ ଯଜ୍ଞ ନାରାୟଣ ସାହୁ, ବୋହୂ ଶ୍ରୀମତୀ ଆକାଂକ୍ଷା ରାଜବଂଶୀ, ଶ୍ରୀମତୀ  ବସନ୍ତା କୋପୁଲା ଓ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। 

ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ମହାପାତ୍ର ଭାସ୍କର ଗନ୍ତାୟତ ଙ୍କ ଅନନ୍ୟ ସାହିତ୍ୟ କୃତି ମଧ୍ୟରେ " ଶେଷ ବିଂଶର ଯୀଶୁ " "ବାଟବଣା ନଈ ଓ ସମୁଦ୍ର " ବିଶେଷ ଭାବେ ଚର୍ଛିତ ଉପନ୍ୟାସ। ଏହା ବ୍ୟତୀତ ସେ  ସ୍ବଦେଶୀ ଲେଖକ ମଞ୍ଚ ର ଅଧ୍ୟକ୍ଷ ଭାବେ " ବିଜୁ ମହାନାୟକ " ପୁସ୍ତକ ପ୍ରକାଶ କରିଛନ୍ତି। ବିଶିଷ୍ଟ ଉପନ୍ୟାସିକ ଶରତ ଚନ୍ଦ୍ର ଚୋଟ ପାଧ୍ୟୟ ଙ୍କ "କୋରେଲ" ର ସେ ଅନୁବାଦ କରିଛନ୍ତି। ଅନାମ ପୁରୁଷଙ୍କ ବ୍ୟକିତ୍ୱ ଉପରେ ଆଧାରିତ " ଅଷ୍ଠକଥା ଚରିତ' ପୁସ୍ତକ ସେ ସଂଯୋଜନା କରିଥିଲେ। ଦୀର୍ଘ ବର୍ଷ ଧରି ସ୍ବର୍ଗତ ଗନ୍ତାୟତ " ଦୈନିକ ଆଶା" ସମ୍ବାଦପତ୍ର ସଂସ୍ଥାରେ ସହ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଏହା ବ୍ୟତୀତ କାବ୍ୟ, କବିତା ,ଗଳ୍ପ ଇତ୍ୟାଦି ସେ ଦୀର୍ଘ ୫୦ ବର୍ଷ ପୂର୍ବରୁ କଟକର ସ୍ବର୍ଗତ ମଧୁସୂଦନ ମହାନ୍ତିଙ୍କ "ମଧୁ କୁଟୀର " ରେ ଥିବା ସମୟରୁ କରି ଓଡ଼ିଶାର ସାହିତ୍ୟିକ, କବି, ସମାଲୋଚକ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଏହା ବ୍ୟତୀତ ଶତାଧିକ ପୁସ୍ତକ ସେ ସମ୍ପାଦନା କରିଛନ୍ତି। ସେ ଜଣେ ସ୍ପଷ୍ଠ ବାଦୀ, ନିର୍ଭୀକ ଓ ବାସ୍ତବବାଦୀ ଲେଖକ ଭାବେ ସେ ବେଶ ପରିଚିତ। ତାଙ୍କ ବିୟୋଗରେ ଦୈନିକ ଅଶାର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରମୁଖ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରି ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଆଜି ଖଜୁରିଆ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS