BREAKING
Loading...
:

ଚୂଲି ନିଆଁରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ଭସ୍ମୀଭୂତ

 ଚୂଲି ନିଆଁରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ଭସ୍ମୀଭୂତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ କରଡାପଡା ପଞ୍ଚାୟତ ବାଘୁଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ଭସ୍ମୀଭୂତ ହୋଇଯାଇଥିବା ଜଣାପଡିଛି । ଗ୍ରାମର ଦାଶରଥି ଜାନି ଚୂଲିରେ ରୋଷେଇ କରୁଥିବା ସମୟରେ କୈାଣସି କାରଣବସତ ନିଆଁ ଚାଳକୁ ଲାଗିଯାଇଥିଲା । ନିଆଁ ଚାହୁଁ ଚାହୁଁ ଘର ଚାରିପଟେ ଲାଗିବା ସହିତ ଘରେ ଥିବା ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି । 

ପ୍ରାୟ ୩୦ ହଜାରରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଦମକଳ ଅଧିକାରୀ ବିଜୟାନନ୍ଦ ପରିଡ଼ା ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଦାଶରଥି ଜଣେ ଗରୀବ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS