BREAKING
Loading...
:

ଆସିଲା ପର୍ଯ୍ୟଟନ ଋତୁ, ଆଜି ଠାରୁ ଖୋଲିଲା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

 ଆସିଲା ପର୍ଯ୍ୟଟନ ଋତୁ, ଆଜି ଠାରୁ ଖୋଲିଲା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଗଣିଆ ( ମଣିଭଦ୍ରା ଖବର) ଓଡ଼ିଶାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ଅନ୍ୟତମ । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ଠାରୁ ୧୮ କିଲୋମିଟର ଦୂର ଘଞ୍ଚ ଅରଣ୍ୟ ମଧ୍ୟରେ ଅବସ୍ଥିତ ଏହି ପରିବେଶ ପର୍ଯ୍ୟଟନସ୍ଥଳୀ । ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଦ୍ବାରା ପରିଚାଳିତ ଏହି ପର୍ଯ୍ୟଟନସ୍ଥଳୀରେ ଚଳିତ ବର୍ଷ ବାଲୁକା ଶଯ୍ୟାରେ ୧୬ଟି କଟେଜ ନିର୍ମାଣ କରାଯାଇଛି । ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ରହିବା ଖାଇବାର ସୁବନ୍ଦୋବସ୍ତ କରାଯାଇଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ଲୋକନୃତ୍ୟ ପରିବେଷଣ,ଇକୋ ଭିଲେଜ ମୁଦୁଲି ଗାଡିଆର ସୈନ୍ଦର୍ଯ୍ୟ ପରିଭ୍ରମଣ,ମହାନଦୀ ଗଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ମହାନଦୀରେ ନୈକା ବିହାର ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ । 

ନୟାଗଡ଼,ବୈଦ୍ଧ, ଅନୁଗୁଳ ଏବଂ କଟକ ଜିଲ୍ଲାର ୭୯୫.୫୨ ବର୍ଗ କିମି ପରିମିତ ଅଞ୍ଚଳକୁ ନେଇ ଉକ୍ତ ଅଭୟାରଣ୍ୟ ଗଠିତ । ପ୍ରତ୍ୟେକ ବର୍ଷ ଶୀତଦିନେ ଅନଲାଇନ ବୁକି° କରି ଦେଶ ତଥା ଦେଶ ବାହାରୁ ଅନେକ ପର୍ଯ୍ୟଟକ ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି । ଅଭୟାରଣ୍ୟ ମଧ୍ୟରେ ବିଭିନ୍ନ ପ୍ରଜାତିର ପଶୁ, ପକ୍ଷୀ, ମହାନଦୀର ନୀଳ ଜଳରାଶି ମଧ୍ୟରେ କୁମ୍ଭୀର ଦେଖିବାର ମଜା ଅତ୍ୟନ୍ତ ନିଆରା । ଆଜି ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ଫାଲଗୁନି ସାରଥି ମଲ୍ଲିକ,ଟେରିଟୋରିଆଲ ଡିଏଫଓ କ୍ଷମା ଷଡ଼ଙ୍ଗୀ,ଏସିଏଫ ସୁଦୀପ୍ତି ମହାପାତ୍ର, ରେଞ୍ଜର ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବାଲୁକା ଶଯ୍ୟାରେ ଥିବା ସମସ୍ତ କଟେଜ ବୁକି° ସରିଥିବା ଜଣାପଡିଛି ‌ ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS