ଖଣ୍ଡପଡାରେ ସମ୍ବିଧାନ ପ୍ରତିଷ୍ଠାର ୭୫ତମ ପୂର୍ତୀ ଦିବସ ପାଳିତ
ଖଣ୍ଡପଡ଼ା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ପୂରପଲ୍ଲୀରେ ମଙ୍ଗଳ ବାର ଦିନ ସମ୍ବିଧାନ ପ୍ରତିଷ୍ଠାର ୭୫ତମ ପୂର୍ତୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଖଣ୍ଡପଡା ବ୍ଲକର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସାମ୍ବିଧାନିକ ଅଧିକାର ପାଇବା ଓ ସମ୍ବିଧାନ ସୁରଖ୍ୟା ଏବଂ ଆମର ଦାୟୀତ୍ବ ଉପରେ ଯୁବ ସମାଜ ସଚେତନ ହେବା ଉଦେଶ୍ୟରେ ଛାତ୍ରଛାତ୍ରୀ ମାନେ ହାତରେ ଫ୍ଲାଗକାର୍ଡ ଧରି ଗ୍ରାମ ଓ ସହର ପରିକ୍ରମା କରିଥିଲେ।
ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ସମ୍ବିଧାନ ପ୍ରଣେତା ଡ,ଭୀମ ରାଓ ଆମ୍ବେଦକରଙ୍କର ଜୀବନି ଓ ଆଦର୍ଶ ସଂପର୍କରେ ଛାତ୍ରଛାତ୍ରୀ ମାନେ ଅବଗତ ହେବା ସହିତ ଖଣ୍ଡପଡା ମହିଳା ମହାବିଦ୍ୟାଳୟରେ ଏ ସଂପର୍କିତ ବକ୍ତୃତା,ଚିତ୍ରାଙ୍କନ ଓ ରଚନା ଆଦି ପ୍ରତିଯୋଗୀତା ମାନ କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୂରସ୍କୃତ କରାଯାଇଥିଲା।
ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଖଣ୍ଡପଡ଼ା
Post a Comment