BREAKING
Loading...
:

ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲେ ଯାତ୍ରା କଳାକାର

 ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲେ ଯାତ୍ରା କଳାକାର,ରଖେ ହରି ତ ମାରେ କିଏ ?


ଖଣ୍ଡପଡ଼ା (ମଣିଭଦ୍ରା ଖବର) ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲେ ୨ ଯାତ୍ରା କଳାକାର। ଗତକାଲି ଠାରୁ ନୟାଗଡ ଜ଼ିଲ୍ଲା କଣ୍ଟିଲୋ ରେ ଗୌରୀ ଗଣନାଟ୍ୟ ଯାତ୍ରା ପରିବେଷଣ କରୁଥିଲା। ଗତରାତିରେ ଗୌରୀ ଗଣନାଟ୍ୟ ର ନାୟକ ସତ୍ୟ ଦାସ ଓ ବାଘାଯତୀନ ଲୋକନାଟ୍ୟ ଖଳନାୟକ ମିଥ୍ୟୁନ ପ୍ରଧାନ ୨ ଜଣ କଣ୍ଟିଲୋ ରେ ଭେଟ ହୋଇଥିଲେ। ତାଙ୍କ କାର ରେ ରାତି ଭୋଜନ କରିବାକୁ ଯାଉଥିଲେ।  ଫତେଗଡ଼ ଥାନା ଅନ୍ତର୍ଗତ ପଥରଚକଡା ଗାଁ ମହାନଦୀ ନିକଟ ଏକ ଇଲେଟ୍ରିପୋଲ ରେ ଗାଡି ଟି ଦୁର୍ଘଟଣା ହୋଇଥିଲା। ଅଳ୍ପକେ ବର୍ତ୍ତିଥିଲେ ୨ କଳାକାର। ଖବର ପାଇ କଣ୍ଟିଲୋ ଫାଣ୍ଡି ପୋଲିସ ଗାଡିକୁ ଜବତ କରିଛି। 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS