BREAKING
Loading...
:

ବାର୍ହା ଉଜାଡ଼ିଛନ୍ତି ଧାନ ଫସଲ, କ୍ଷତିପୂରଣ ଦାବି

 ବାର୍ହା ଉଜାଡ଼ିଛନ୍ତି ଧାନ ଫସଲ, କ୍ଷତିପୂରଣ ଦାବି 


ନୂଆଗାଁ (ମଣିଭଦ୍ରା ଖବର) ଦଶପଲ୍ଲା ପଶ୍ଚିମାଞ୍ଚଳରେ ବ୍ୟାପକ ଅମଳକ୍ଷମ ଧାନ ଫସଲ ସମ୍ପୁର୍ଣ୍ଣ ନଷ୍ଟ  ହୋଇଯାଇଛି। ଜଙ୍ଗଲି ବାର୍ହା ପଲ ରାତ୍ର ସମୟରେ ଜଙ୍ଗଲ ରୁ ଆସି  ଧାନ ଫସଲ ନଷ୍ଟ କରବା ସହ ଦଳିମକଚି଼ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଦଶପଲ୍ଲା ବ୍ଳକର ବଣ ପାହାଡ ଘେରା ପଶ୍ଚିମାଞ୍ଚଳରେ ଶହ ଶହ ଏକର ଧାନ ଫସଲ ବାର୍ହା ଉଜାଡ଼ିଛନ୍ତି। ଯଦି ଏହିପରି ଅନେକ ସମସ୍ୟା ଲାଗିରହେ ତେବେ ଚାଷୀମାନେ ପରିବାର ଚଳାଇବା କଷ୍ଟ ହୋଇଯିବ। ବୋଲି ଆଦିବାସୀ ଗରିବ ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଦଶପଲ୍ଲା ପଶ୍ଚିମାଞ୍ଚଳର ନୂଆଗାଁ, କଳସାଖମଣ,ଚଢେୟାପଲ୍ଲୀ ଗ୍ରାମପଞ୍ଚାୟତର ଶହ ଶହ ଏକର ଧାନ ଫସଲ ନଷ୍ଟ ହୋଇଥିବା ଫଳରେ ଚାଷୀମାନେ ଅଭିଯୋଗ କରିଛନ୍ତି। ବନବିଭାଗ ତରଫରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବୀ ହେଉଛି ।

ଆକାଶ କୁମାର ନାୟକ, ନୂଆଗାଁ 

Post a Comment

Previous Post Next Post
Header ADS