BREAKING
Loading...
:

ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

 ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ 

ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ) ଦଶପଲ୍ଲା ବ୍ଲକ୍ ଡିହଗାଁ ପଞ୍ଚାୟତ ଅନ୍ତର୍ଗତ ଜାନିସାହି ଗ୍ରାମରେ ଚତୁର୍ଦ୍ଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଦିବସରେ ଜଳଯାତ୍ରା, ସୂର୍ଯ୍ୟପୂଜା, ଶାଲାପୂଜା, ଅଗ୍ନିସ୍ଥାପାନ ଏବଂ ଦ୍ଵିତୀୟ ଦିବସରେ ଗୋପୂଜା, ରୁଦ୍ରାଭିଷେକ, ନାଗପୂଜା, ଚଣ୍ଡିପାଠ, ଘୃତଯଜ୍ଞ, ଅଷ୍ଟପ୍ରହର ନାମଯଜ୍ଞ, ପୂର୍ଣ୍ଣାହୁତି, ଓ ଆଳତୀ, ପୁଷ୍ପାଞ୍ଜଳି ସମେତ  ଦୀପଦାନ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀ କହିବା କଥିତାନୁସାରେ  ମାନବ କଲ୍ୟାଣ, ବିଶ୍ୱଶାନ୍ତି ଓ ସଂସାର ମାୟା ବନ୍ଧନରୁ ମୁକ୍ତି ପାଇଁ ଏହି ବିଶ୍ୱଶାନ୍ତି ମହାଯଜ୍ଞର ମୂଳ ଉଦ୍ଦେଶ୍ୟ | ଏହି ଉତ୍ସବରେ ସମସ୍ତ ଗ୍ରାମବାସୀ ଓ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ I


ଦଶପଲ୍ଲା, ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS