BREAKING
Loading...
:

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଶିଶୁ ଦିବସ ପାଳିତ

 ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଶିଶୁ ଦିବସ ପାଳିତ 

ଗଣିଆ (ମଣିଭଦ୍ରା ଖବର) ପ୍ରତ୍ୟେକ ଶିଶୁ ଗୋଟେ ବଗିଚାର ଭିନ୍ନ ଭିନ୍ନ ସୁବାସିତ ଫୁଲ ଅଟନ୍ତି । ସାରା ଦୁନିଆ ତାଙ୍କ ମିଠା ମିଠା ମହକରେ ମହକୁଥିବା ବେଳେ ଶିଶୁଙ୍କ ପାଇଁ ଦିନଟିଏ ଶିଶୁ ଦିବସ । ନଭେମ୍ବର ମାସ ୧୪ ତାରିଖକୁ ସାରା ଭାରତରେ ଶିଶୁ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଗଣିଆ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଦିବସ ଧୁମଧାମରେ ପାଳିତ ହୋଇଯାଇଛି । 

ଗଣିଆରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଶିଶୁ ଦିବସ ଅବସରରେ ନିଜକୁ ବିଭିନ୍ନ ପୋଷାକରେ ସୁସଜ୍ଜିତ କରି ଗ୍ରାମ ପରିକ୍ରମା କରିଥିଲେ ।  

ଗଣିଆ ଗାନ୍ଧୀ ବଜାର ପରିସରରେ ଗାନ୍ଧୀଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଗଣିଆ ରଘୁନାଥ ଜୀଉ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଆନନ୍ଦ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ରତ୍ନାକର ମହାପାତ୍ର, ନନ୍ଦିନୀ ଗୁରୁ,ମାମି ମହାରଣା, ଲକ୍ଷ୍ମୀଧର ନାୟକ,ମମି ମହାରଣା,କାହ୍ନା ବେହେରା,ସ୍ବରୂପା ପଟ୍ଟନାୟକ ,ସଂଯୁକ୍ତା ମହାପାତ୍ର, ଶ୍ୟାମସୁନ୍ଦର ପୃଷ୍ଟି,ଗଣେଷ ମହାନ୍ତି,ସ୍ବପ୍ନାଦୀପା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ର ଛାତ୍ରୀ ମାନେ ଶିଶୁ ଦିବସ ଅବସରରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଶିଶୁ ଦିବସ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS