BREAKING
Loading...
:

ମାମୁଁ ଘର ନିଆଳି ମାଧବ ରୁ ଗଲା ପୋଢୁଆଁ ଭାର ବଡ଼ ଠାକୁର କାଳିଆ ହେବେ ପୋଢ଼ୁଆଁ

 ମାମୁଁ ଘର ନିଆଳି ମାଧବ ରୁ ଗଲା ପୋଢୁଆଁ ଭାର ବଡ଼ ଠାକୁର କାଳିଆ ହେବେ ପୋଢ଼ୁଆଁ 

ଭୁବନେଶ୍ଵର (ମଣିଭଦ୍ରା ଖବର) ଜଗତର ନାଥ ଜଗନ୍ନାଥ ,ବଳଭଦ୍ର ଏବଂ ସୁଭଦ୍ରା ଙ୍କୁ ପୋଢୁଆ  କରିବା ପାଇଁ କଟକ ଜିଲ୍ଲାର ନିଆଳି ଥାନା ଅନ୍ତର୍ଗତ ମାଧବ ଗ୍ରାମରୁ ପୁରୀ ବଡ଼ ଠାକୁର  ଜଗା କାଳିଆ ମାମୁଁ ଘର ମାଧବା ନନ୍ଦ ମନ୍ଦିରରୁ ପୋଢୁଆଁ ଭାର ନୀତିନିୟମ ଅନୁସାରେ ପୂଜା କରାଯାଇ ସ୍ୱତନ୍ତ୍ର ଭାବରେ ସେବାୟତ ମାନେ ଅଷ୍ଟମୀ ଭାରକୁ ବାହୁଙ୍ଗି ରେ କାନ୍ଧରେ କାନ୍ଧେଇ ନେଇ ଥିଲେ ।ମାର୍ଗଶିର ମାସ କୁଷ୍ଟ୍ନ ପକ୍ଷ ଅଷ୍ଟମୀ ତିଥିରେ କାଳିଆ ସାଆନ୍ତ ହେବେ ପୋଢୁଆଁ । ଏହି ଅବସରରେ ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର ।ଲାଗି ହେବ ସୋତନ୍ତ୍ର ଭୋଗ ।

ନିଆଳି ମାଧବାନନ୍ଦଜୀଉ ମନ୍ଦିର ରୁ ଭଣଜା ପାଇଁ ଯାଇଛି ଖଣ୍ଡୁଆ ପାଟ ବିଭିନ୍ନ ପ୍ରକାର ଫଳ ,,ତୁଳସି ,ପଦ୍ମଫୁଲ ମାଳ ନେଇ ଯାଉଛନ୍ତି ସେବକ ଓ ନିଯୋଗ ର କର୍ମକର୍ତ୍ତା ମାନେ ।ଏହି ଯାତ୍ରାରେ ନାମ ସଙ୍କିର୍ତ୍ତନ ,ନାଗା ନାଚ ,ଲଉଡି ଖେଳ ସହିତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜଗନ୍ନାଥପ୍ରେମୀ ମାନେ ଯୋଗଦେଇଥିଲେ ।ସ୍ୱତନ୍ତ୍ର ସଜିତ ରଥରେ ପୋଢୁଆଁ ଭାର ଯାଇଥିଲା ।ଚାରିଛକ ଠାରେ ପୋଢୁଆଁ ଭାରକୁ ପୁଷ୍ପ ଦୀପ ଚନ୍ଦନ ଦେଇ ସମ୍ୱରଧନା କରିଥିଲେ ।ଏହି ଭାର କୁ ଚାରିଛକ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS