ବିଜେପିରେ ଯୋଗ ଦେଲେ ଖଣ୍ଡପଡ଼ା ଅଞ୍ଚଳର ବିଜେଡି ନେତା ବିଭୂତି
ଭାପୁର(ବିଭୂତି ମହାପାତ୍ର) ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ଜଣେ ଦକ୍ଷ ଯୁବ ସଂଗଠକ ତଥା ବିଜେଡି ନେତା ବିଭୂତି ଭୂଷଣ ପଟ୍ଟନାୟକ ଶତାଧିକ ସମର୍ଥକଙ୍କ ଗହଣରେ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି।
ଭୁବନେଶ୍ବରସ୍ଥିତ ରାଜ୍ଯ ବିଜେପି କାର୍ଯ୍ଯାଳୟରେ ବିଜେପିର ରାଜ୍ଯ ସଭାପତି ମନମୋହନ ସାମଲ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ଦଳର ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ବିଭୂତିଭୂଷଣ ଯୋଗ ଦେଇଥିଲେ। ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଲେ ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଆଗରେ ପ୍ରକାଶ କରିଛନ୍ତି। ପ୍ରକାଶଥାଉକି ଶ୍ରୀ ପଟ୍ଟନାୟକଙ୍କ ଘର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ଭାପୁର ବ୍ଳକ ଅଧିନ ଖଇରିଗାଡିଆ ଗ୍ରାମରେ ବୋଲି ଜଣାପଡିଛି।
ଭାପୁର, ମଣିଭଦ୍ରା ଖବର
Post a Comment