BREAKING
Loading...
:

ଗଣିଆରେ ବିଜ୍ଞାନମେଳାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହେୟଜ୍ଞାନ, ମୁଖ୍ୟବକ୍ତା ଥାଇ ମଧ୍ୟ ମେଳାକୁ ଆସିଲେନି

 ଗଣିଆରେ  ବିଜ୍ଞାନମେଳାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହେୟଜ୍ଞାନ, ମୁଖ୍ୟବକ୍ତା ଥାଇ ମଧ୍ୟ ମେଳାକୁ ଆସିଲେନି

ଗଣିଆ (ମଣିଭଦ୍ରା ଖବର) ଜିଲ୍ଲାରେ ଶିକ୍ଷାକୁ ଆଗେଇ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ନିଯୁକ୍ତି କରାଯାଇଛି । ଜିଲ୍ଲାରେ ଥିବା ବ୍ଳକ ଗୁଡିକରେ ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକ୍ରମକୁ କିଭଳି ସୁପରିଚାଳନା କରାଯିବ ସେ ସମସ୍ତ ଦାୟିତ୍ଵ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର କିନ୍ତୁ ବିଜ୍ଞାନ ମେଳା ଭଳି ଏକ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଥାଇ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ଘଟଣା ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ଆଜି ଗଣିଆ ବ୍ଳକ ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ,ଆଡକଟା ଠାରେ ୩୦ ତମ ବ୍ଳକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ  ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଆଡକଟା ସରପଞ୍ଚ ସୁବାଶିନୀ ବାରିକି, ସଭାପତି ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ,ସଂଗଠନ ସମ୍ପାଦକ ଅରବିନ୍ଦ ମହାଳିକ ପ୍ରମୁଖ,ଅଧ୍ୟାପକ ପ୍ରହଲ୍ଲାଦ ପ୍ରଧାନ ଉପସ୍ଥିତ ଥିଲେ । 


ବିଧାୟକ ଶ୍ରୀ ବେହେରା ବିଜ୍ଞାନମେଳାକୁ ଉଦଘାଟନ କରିବା ସହିତ ଛାତ୍ର ଛାତ୍ରୀ ମାନେ ଆଣିଥିବା ସମସ୍ତ ପ୍ରକଳ୍ପ ଗୁଡିକୁ ପରିଦର୍ଶନ କରିଥିଲେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ସହିତ ନିଜ ନିଜର ପ୍ରତିଭାକୁ ବିକାଶ କରିବାକୁ ଚେଷ୍ଟା କରିବା ପାଇଁ ଆଗଭର ହେବା ଏବଂ ଶିକ୍ଷକ ମାନେ ସେମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ବନମାଳୀ ବାରିକି ମହାବିଦ୍ୟାଳୟର ଅଧ୍ୟାପକ ପ୍ରହଲ୍ଲାଦ ପ୍ରଧାନ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।   ଆଜିର ଏହି ବିଜ୍ଞାନ ମେଳାରେ ପ୍ରାୟ ୧୨୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ପ୍ରାୟ ୯ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହେବ ବୋଲି ଜଣାପଡିଛି।  ବ୍ଳକର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଶିକ୍ଷାବିତ୍ ମାନେ ମେଳା ପରିଦର୍ଶନ କରିଥିଲେ । ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ସୁରେଶ କୁମାର ବେହେରା, ଶିକ୍ଷକ ବାମନ ଚରଣ ବାରିକି, ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର,ଶୋଭନ କୁମାର ପଣ୍ଡା,ସୁନିଲ କୁମାର ସାହୁ,ପ୍ରତାପ କୁମାର ପାଣିଗ୍ରାହୀ, ଶଙ୍କର ପ୍ରଧାନ ପ୍ରମୁଖ ସୁପରିଚାଳନା କରିଥିବା ବେଳେ ବିଭିନ୍ନ ଦାୟିତ୍ବରେ ଥିବା ସିଆରସିସି ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ତେବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଜିର କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବାର କାରଣ କ'ଣ ସେ ସମ୍ପର୍କରେ ତର୍ଜମା କରିବାକୁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରିଛନ୍ତି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS