BREAKING
Loading...
:

ଗଣିଆ ରାମ ମନ୍ଦିରରେ ଶେଷ ମଙ୍ଗଳବାର ପାଇଁ ଦୀପଦାନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ

 ଗଣିଆ ରାମ ମନ୍ଦିରରେ ଶେଷ ମଙ୍ଗଳବାର ପାଇଁ ଦୀପଦାନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ 

ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ରାମ ମନ୍ଦିରରେ କାର୍ତ୍ତିକ ମାସର ପ୍ରତ୍ୟେକ ମଙ୍ଗଳବାର ଦୀପଦାନ ଉତ୍ସବ ଅନୁଷ୍ଠିତ ହେଉଅଛି । ଆସନ୍ତାକାଲି ଶେଷ ମଙ୍ଗଳବାର ଅବସରରେ ଏଠାରେ ଦିନ ତମାମ ବିଭିନ୍ନ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ସଂଧ୍ୟା ସମୟରେ ଦୀପଦାନ ଉତ୍ସବ ଅନୁଷ୍ଠିତ ହେବ । 

ଏହି ଅବସରରେ ପ୍ରାୟ ୨ ହଜାରରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଛି  । ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରି ପ୍ରଭୁ କୃପା ଲାଭ କରିବାକୁ ମନ୍ଦିର ପରିଚାଳନା କମିଟି ତରଫରୁ ନିବେଦନ କରାଯାଇଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS