ଜାତୀୟ ପ୍ରେସ ଦିବସ ପାଳିତ
ବ୍ରହ୍ମପୁର( ମଣିଭଦ୍ରା ଖବର) ସ୍ଥାନୀୟ କମାପଲ୍ଲୀ ବୈଦ୍ୟନାଥେଶ୍ୱର ନିକଟସ୍ଥ ବିକଳ୍ପ ଭବନ ଠାରେ ଓଡିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଙ୍ଘ ଗଞ୍ଜାମ ମିଳିତ ଆନୁକୂଲ୍ୟରେ ସଭାପତି ଶ୍ରୀଯୁକ୍ତ ଜୟରାମ ମହାରଣା ଙ୍କ ଅଧକ୍ଷତା ରେ ଜାତୀୟ ପ୍ରେସ ଦିବସ ବହୁ ସାମ୍ବାଦିକ ଙ୍କ ଉପସ୍ଥିତି ରେ ପାଳିତ ହୋଇଯାଇଛି l ସଭାପତି ଜୟରାମ ମହାରଣା ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପୂର୍ବତନ କାଜୁ ନିଗମ ଅଧକ୍ଷ ତଥା ବୃକ୍ଷ ପ୍ରେମୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାରଣା ଓ ସମ୍ମାନିତ ଅତିଥି ମହାନ ସଙ୍ଘ ର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ସାବତ, ବିବିଧ ସମ୍ବାଦ ଖବର କାଗଜର ସମ୍ପାଦକ ଶ୍ରୀଯୁକ୍ତ ଗୌରାଙ୍ଗ ଚୌଧୁରୀ, ବରିଷ୍ଠ ସମାଜସେବୀ ପ୍ରଶାନ୍ତ ମହାପାତ୍ର ଯୋଗଦେଇ ପ୍ରେସ ଦିବସ ର ତାପ୍ତଯ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଉପସ୍ଥିତ ଅତିଥି ମାନେ ସାମ୍ବାଦିକ ମାନଙ୍କର ସମସ୍ୟା ବିଷୟରେ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେବା ସହ ସାମ୍ବାଦିକ ମାନେ ନିରପେକ୍ଷ ଭାବେ ଯେପରି ଖବର ପରିବେଷଣ କରିବେ ତାହାରି ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଶ୍ରୀଯୁକ୍ତ ସାବତ କ୍ଷବ ପ୍ରକାଶ କରି କହିଥିଲେ ଯେ କନ୍ଧମାଳ ଜିଲ୍ଳାରେ ଆମ୍ବ ଟାକୁଆ ଖାଇ ଯେଉଁ ମାନଙ୍କର ଜୀବନ ହାନି ଘଟିଲା ସେହି ଖବର ଯଦି ସାମ୍ବାଦିକ ମାନେ ଦୁର୍ଘଟଣା ଘଟିବା ଆଗରୁ ଲୋକଲୋଚନ କୁ ଆଣିପାରିଥିଲେ କେତେକ ନିରୀହ ଜୀବନ ର ରକ୍ଷା ହୋଇପାରିଥାନ୍ତା l ଏହିଘାଟଣାକୁ ଆମର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁବାଷ ମହାରଣା ଗୁରୁତର ସହ ବିଚାର କରି ସମସ୍ତ ସାମ୍ବାଦିକ କୁ ପରାମର୍ଶ ଦେଇଥିଲେ ଯେ କୌଣସି ଦୁର୍ଘଟଣା ଘଟିବା ଆଗରୁ ଯେପରି ଦୁର୍ଘଟଣା ର କାରଣ ଟି ଲୋକଲୋଚନ କୁ ଆସିପାରିବ ସେଦିଗରେ ଧ୍ୟାନ ଦେବା ଉଚିତ l ସଭାପତି ଜୟରାମ ମହାରଣା ଜାତୀୟ ପ୍ରେସ ଦିବସରେ ତାପ୍ତଜ୍ୟ କେଉଁ ଦିନ ଠାରୁ ପାଳନ କରାଗଲା ସେ ବିଷୟରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅନିଲ ଚୌଧୁରୀ, ସଙ୍ଘ ର ଉପସଭାପତି ସୂର୍ଯ୍ୟନାରାୟଣ ବେହେରା, ଶୁଭେନ୍ଦୁ ଦାସ ଓ ସୁରଜିତ ରାଉଳ ନିଜ ନିଜ ଅଭିଭାଷଣରେ ସାମ୍ବାଦିକ ମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ l
ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ମନୋରଞ୍ଜନ ପାଣିଗ୍ରାହୀ, ଦୁର୍ଯ୍ୟୋଧନ ବେହେରା, ଜ୍ୟୋତି ରଞ୍ଜନ ଗୌଡ଼, ଦୟାନନ୍ଦ ସାହୁ, ସୁନୀଲ ସାହୁ, ସୁନୀର ବିଶ୍ୱାସ, କୃଷ୍ଣ ଚନ୍ଦ୍ର ପଳାଇ, ସୁଶାନ୍ତ ପଟ୍ଟନାୟକ, ବନମାଳୀ ସେଠି, ସୁଶାନ୍ତ ମହାରଣା, କାର୍ତ୍ତିକେଶ୍ୱର ପ୍ରଧାନ, ନୀଳାଞ୍ଚଳ ସ୍ୱାଇଁ, ରମେଶ ସାହୁ, ପ୍ରମୁଖ ଚାଳିଶି ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦେଇଥିଲେ l
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق