BREAKING
Loading...
:

ଦିଗପହଣ୍ଡି ବୋମାମାଡ଼ ଓ ପେଟ୍ରୋଲ ଢ଼ାଳି କାର ଜାଳି ଦେବା ଘଟଣା; ୪ ଅପରାଧୀ ଗିରଫ

 *ଦିଗପହଣ୍ଡି ବୋମାମାଡ଼ ଓ ପେଟ୍ରୋଲ ଢ଼ାଳି କାର ଜାଳି ଦେବା ଘଟଣା; ୪ ଅପରାଧୀ ଗିରଫ*

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଓ ସାନଖେମୁଣ୍ଡି  ଅଞ୍ଚଳରେ ଗତ କିଛିଦିନ ହେଲା ଆତଙ୍କ ଚଳାଇଥିବା ଅପରାଧୀ ଗ୍ୟାଙ୍ଗର ୪ଜଣଙ୍କୁ ଦିଗପହଣ୍ଡି ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ହଳଦିଆ ପଦର ଗ୍ରାମରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଚନ୍ଦନପୁର ଗ୍ରାମର ଶୁଭେନ୍ଦୁ କୁମାର ନାୟକ(୨୧),ହଳଦିଆପଦର ଗ୍ରାମର ଚନ୍ଦନ କୁମାର ସେଠ(୨୪),ନିମଖଣ୍ଡି ଥାନା ବ୍ରଜନଗର ୨ ୟ ଲାଇନରେ ରହୁଥିବା ଶୁଭମ ରାଉଳ(୨୦) ଓ  ସଦର ଥାନା ବାଲିପଡ଼ାଗ୍ରାମର ବିକାଶ ବିଷୋୟୀ(୨୩) ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ଅଭିଯୁକ୍ତଙ୍କ ନିକଟରୁ ଖେଳନା ବନ୍ଧୁକ, ଖଣ୍ଡା ଓ ଲୁହା ଛଡ଼ ଜବତ ହୋଇଥିବା ଜଣାପଡିଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS