BREAKING
Loading...
:

ପାଞ୍ଜି ଦ୍ୱନ୍ଦ୍ୱକୁ ନେଇ ପୁରୀରେ ବସିବ ପଞ୍ଜିକା ସମନ୍ଵୟ ବୈଠକ: ପାଣ୍ଡୁଲିପି ଦାଖଲ କରିବାକୁ ପଞ୍ଜିକାରଙ୍କୁ ଶ୍ରୀbମନ୍ଦିର ପ୍ରଶାସନର ଅନୁରୋଧ*

 *ପାଞ୍ଜି ଦ୍ୱନ୍ଦ୍ୱକୁ ନେଇ ପୁରୀରେ ବସିବ ପଞ୍ଜିକା ସମନ୍ଵୟ ବୈଠକ: ପାଣ୍ଡୁଲିପି ଦାଖଲ କରିବାକୁ ପଞ୍ଜିକାରଙ୍କୁ ଶ୍ରୀbମନ୍ଦିର ପ୍ରଶାସନର ଅନୁରୋଧ*


*ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀରେ ବସିବ ଚଳିତବର୍ଷର ପଞ୍ଜିକା ସମନ୍ଵୟ ବୈଠକ। ରାଜ୍ୟର ସମସ୍ତ ପଞ୍ଜିକାରମାନଙ୍କୁ ନିଜର ପାଣ୍ଡୁଲିପି ଦାଖଲ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ସମସ୍ତ ପଞ୍ଜିକାରେ ଶ୍ରୀମନ୍ଦିରରେ ପାଳନ ହେଉଥିବା ପର୍ବ ପର୍ବାଣୀ ସମ୍ପର୍କିତ ତଥ୍ୟରେ ସମନ୍ଵୟ ରଖିବାକୁ ଅନୁରୋଧ କରାଯାଇଅଛି । ସମସ୍ତ ପାଣ୍ଡୁଲିପିର ସମୀକ୍ଷା ପରେ ଆବଶ୍ୟକୀୟ ସଂଶୋଧନ କରାଯିବ । ତେବେ ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସମୀକରଣ ବୈଠକ କରାଯାଏ । ଅନେକ ସମୟରେ ଦ୍ଵନ୍ଦ ଦେଖାଯିବା ସହ ତିଥିକୁ ନେଇ ବିଭିନ୍ନ ପଞ୍ଜିକାରେ ଦ୍ୱିମତ ରହୁଛି। ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଓ ଦୀପାବଳିକୁ ନେଇ ଭିନ୍ନଭିନ୍ନ ପାଞ୍ଜିରେ ଭିନ୍ନଭିନ୍ନ ତଥ୍ୟ ରହିଥିଲା । ଯାହାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଥିଲା । ଲୋକେ ଦୁଇ ଦିନ ଧରି ପାଳନ କରାଗଲା।

ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS