ଗୋପାଳପୁରରେ ବିଜେଡିର ପଦଯାତ୍ରା,ଲୋକଙ୍କ ସହ ଯୋଡ଼ି ହୋଇ ରହିବୁ।
ବ୍ରହ୍ମପୁର(ମଣିଭଦ୍ରା ଖବର) ସାଧାରଣ ନିର୍ବାଚନ ପରେ ଗୋପାଳପୁର ନିର୍ବାଚନ ମଣ୍ଡଳିରେ ବିଶାଳ ପଦଯାତ୍ରା କରିଛି ବିଜେଡି। ପୂର୍ବତନ ବିଧାୟକ ତଥା ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ପଦଯାତ୍ରା କନିସି ପୁରୁଣା ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇଥିଲା। ହଜାର ହଜାର କର୍ମୀ ଓ ସମର୍ଥକ ପଦଯାତ୍ରାରେ ସାମିଲ ହୋଇଥିଲେ। କନିସି ହାଟ ପର୍ଯ୍ୟନ୍ତ ପଦଯାତ୍ରା ଯିବା ପରେ ସେଠାରେ ଆୟୋଜନ ହୋଇଥିଲା ସାଧାରଣ ସଭା। ଗଞ୍ଜାମ ପ୍ରଭାରୀ ବରିଷ୍ଠ ବିଜେଡି ନେତା ଅତୁନୁ ସବ୍ୟସାଚୀ ନାୟକ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଥିଲେ ।
ବିଜେଡି ଲୋକଙ୍କୁ ସୁଶା ସୁଶାସନ ଦେବା ସହ ଲୋକଙ୍କ ସରକାର କରିଥିଲା। ଏବେ ନୂଆ ସରକାରଙ୍କୁ ଲୋକ ବୁଝି ସାରିଲେଣି। ଆସନ୍ତା ନିର୍ବାଚନରେ ପୁଣି ନବୀନ ପ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଏବଂ ଲୋକଙ୍କୁ ସୁଶାସନ ଦେବେ। ବିକ୍ରମ କୁମାର ପଣ୍ଡା କହିଥିଲେ, ଦଳର ନେତା ନବୀନ ପଟ୍ଟନାୟକଙ୍କ ଲୋକଙ୍କ ସହ ଯେଡ଼ି ହୋଇ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀ ଦଳ ଭାବେ ଲୋକଙ୍କ ସହ ଯୋଡ଼ି ହୋଇ ରହିବୁ। ଲୋକଙ୍କ ସୁବିଧା, ଅସୁବିଧା ଉପସ୍ଥାପନ କରିବୁ। ଲୋକଙ୍କ ନାର୍ଯ୍ୟ ଦାବି ପାଇଁ ଲଢ଼େଇ କରିବୁ। ଏହି ସଂକଳ୍ପ ନେଇ ଆମେ କାର୍ଯ୍ୟ କରିବୁ ବୋଲି କର୍ମୀଙ୍କୁ ଆହ୍ଵାନ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ବିଜେଡି ଜିଲ୍ଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ବେହେରା, ଲତିକା । ପ୍ରଧାନ, ମଞ୍ଜୁଳା ସ୍ବାଇଁ, ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ବିଜେଡି ଯୁବନେତା ( ସୁବାଶିଷ ସାହୁଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ବ୍ଳକ ସଭାପତି ଅଜିତ କୁମାର ଦାସ, ବ୍ଳକ ଅଧ୍ଯକ୍ଷା ସିଏଚ୍ ଉଷାରାଣୀ, ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ରାଜେଶ୍ୱରୀ ଦୋରା ଏବଂ ସରପଞ୍ଚ ଓ ସମିତିସଭ୍ୟା ଯୋଗ ଦେଇଥିଲେ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ମଣି ଭଦ୍ରା ଖବର।
Post a Comment