BREAKING
Loading...
:

ବାଇକ ଦୁର୍ଘଟଣାରେ ଯୁବକ ମୃତ

 ବାଇକ ଦୁର୍ଘଟଣାରେ ଯୁବକ ମୃତ                                   

ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡା ଥାନା ଅନ୍ତର୍ଗତ ଖଣ୍ଡପଡା ନୟାଗଡ ରାସ୍ତାର ବରପଲ୍ଲୀ ବସଷ୍ଟପ୍ ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ଶିଖରପୁର ପନ୍ଚାୟତ ଅଧିନ ଉଜୁଳାଙ୍ଗ ଗ୍ରାମ ଗଣ୍ଡସାହିର ରାଜକିଶୋର ବେହେରା (୨୮)ଙ୍କର ରବିବାର ରାତିରେ ମୃତ୍ୟୁ ହୋଇଛି।ରାଜକିଶୋର ବାଇକ ଯୋଗେ ଖଣ୍ଡପଡାରୁ ନିଜଗ୍ରାମକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ବ ଏକ ଗଛରେ ଧକ୍କା ହେବାରୁ ଖସିପଡି ଗୁରୁତର ଆହାତ ହୋଇଥିଲେ।ସ୍ଥାନୀୟ ବାସିନ୍ଦା ରାଜକିଶୋରଙ୍କୁ ଉଦ୍ଧାର କରି ଖଣ୍ଡପଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରିଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ଖଣ୍ଡପଡା ପୋଲିସ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହନ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି। ବାଇକଟିକୁ ପୋଲିସ ଜବତ କରିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ।

ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଖଣ୍ଡପଡ଼ା 

Post a Comment

أحدث أقدم
Header ADS