BREAKING
Loading...
:

ବରିଷ୍ଠ ବ୍ୟଂଗକବି ସରୋଜ ମିଶ୍ରଙ୍କ ( ଚିତାକଟା ) ଶ୍ରଦ୍ଧାଞ୍ଜଳି ସଭା

 ବରିଷ୍ଠ ବ୍ୟଂଗକବି ସରୋଜ ମିଶ୍ରଙ୍କ ( ଚିତାକଟା ) ଶ୍ରଦ୍ଧାଞ୍ଜଳି ସଭା  

ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ଓଡ଼ିଶାର ବିଶିଷ୍ଠ ବ୍ୟଂଗକବି  ସରୋଜ କୁମାର ମିଶ୍ର ( ଚିତାକଟା ) କଂ ଗତ ୨୫ / ୧୧ / ୨୦୨୪ ରିଖରେ  ୬୨ ବର୍ଷ ବୟସ ରେ ମହାପ୍ରୟାଣ ଘଟିଛି ।  ସ୍ବର୍ଗତ ମିଶ୍ର ଓଡିଶାର ଜଣେ ପ୍ରଥିତଯଶା ବ୍ୟଂଗକବି ଭାବରେ  ଓଡିଶାରେ  ବହୁ ସୁନାମ ଅର୍ଜନ କରିଥିଲେ । ଓଡିଶାର ଅନେକ ସାହିତ୍ୟ ମଂଚ, ଟିଭି ଚ୍ୟାନେଲ ରେ ସ୍ବର୍ଗତ ମିଶ୍ର ସ୍ବ ରଚିତ ବ୍ୟଂଗ କବିତା ଆବୃତ୍ତି କରି , ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସ୍ବର୍ଗତ ମିଶ୍ରକଂର ଅନେକ ବ୍ୟଂଗ କବିତା ସଂକଳନ ପାଠକ ମହଲରେ ମଧ୍ୟ ଆଦୃତି ଲାଭ କରିଥିଲା । ସ୍ବର୍ଗତ ମିଶ୍ର ଖୋର୍ଦ୍ଧା ଜିଲ୍ଲା ବୋଳଗଡ଼ ବ୍ଲକ୍ ଦିବ୍ୟସିଂହ ପୁର ଶାସନ ରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ , ଦଶପଲ୍ଲା ତାଙ୍କର କର୍ମଭୂମି ଥିଲା । ଦଶପଲ୍ଲା ର ଅନେକ ଉଚ୍ଚ ବିଦ୍ୟାଳୟରେ ସେ ବିଗ୍ୟାନ ଶିକ୍ଷକ ଭାବରେ କାର୍ଯ୍ୟକରି ,ଜଣେ ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ଭାବରେ ସେ ଖ୍ୟାତି ଅର୍ଜନ କରିଥିଲେ ।  ସେ ଦୀର୍ଘଦିନ ଧରି କିଡ଼ନି ଜନିତ ରୋଗରେ ପୀଡିତ ହୋଇ ଫୁଲବାଣୀ ପଣଷପଡି ବାସଭବନରେ  ଗତ ୨୫ / ୧୧ / ୨୦୨୪ ରିଖରେ ଶେଷନିଶ୍ବାସ ତ୍ୟାଗ କରିଥିଲେ । ଆଜି ସ୍ବର୍ଗତ ମିଶ୍ର କଂ ଅମର ଆତ୍ମାର ସଦଗତି ପାଇଁ ଦଶପଲ୍ଲା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଠନ ପରିବାର ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା  ଦଶପଲ୍ଲା ମୋହରିର୍ ଖାନା  ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗଠନ ପରିବାରର ବହୁ ବରିଷ୍ଠ ସଭ୍ୟ ଯୋଗଦେଇ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବାପଳେ ପରେ ସ୍ବର୍ଗତ ମିଶ୍ରକଂର ସୃତିଚାରଣ କରିଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS