BREAKING
Loading...
:

ଜୀବନ ନେଲା ଗୁଗୁଲ୍ ମ୍ୟାପ୍

 

ଭୁବନେଶ୍ଵର (ମଣିଭଦ୍ରା ଖବର) ଗୁଗୁଲ୍‌ ମ୍ୟାପ୍‌ ପାଇଁ ଚାଲିଗଲା ୩ ଜଣ ଜୀବନ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏହା ହିଁ ସତ । ଆମେ ସାଧାରଣତଃ କୌଣସି ଏକ ନୂଆ ସ୍ଥାନକୁ ଯିବା ସମୟରେ ଗୁଗୁଲ୍‌ ମ୍ୟାପ୍‌ର ସାହାଯ୍ୟ ନେଇଥାଉ । କିନ୍ତୁ ସେହି ଗୁଗୁଲ୍‌ ମ୍ୟାପ୍‌ ଯେ ମରଣ ମୁହଁକୁ ଟାଣି ନେବ କେହି କେବେ ବିଶ୍ୱାସ କରିନଥିବେ । ଗୁଗୁଲ୍‌ ମ୍ୟାପ୍‌ ପାଇଁ ଅଧା ଗଢ଼ା ପୋଲରୁ କାର୍ ଖସି ପଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS