BREAKING
Loading...
:

ଦଲାଲଙ୍କ କବଜାରେ ରେଳଷ୍ଟେସନ ଟିକେଟ କାଉଂଟର

 ଦଲାଲଙ୍କ କବଜାରେ ରେଳଷ୍ଟେସନ ଟିକେଟ କାଉଂଟର

୧. ବ୍ରହ୍ମପୁର ରେଳ ଷ୍ଟେସନ ଉପରେ ଗଞ୍ଜାମ ସମେତ ଗଜପତି ଓ କନ୍ଧମାଳ ଜିଲ୍ଲାବାସୀ ନିର୍ଭର କରନ୍ତି । ଦୈନିକ ଏହି ଷ୍ଟେସନରୁ ୧୨ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟକ ଯାତ୍ରୀ ରାଜ୍ୟ ବାହାରକୁ ଯାଆନ୍ତି । ତେବେ ସଂରକ୍ଷଣ କାଉଂଟରରେ ଦୈନିକ ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହେଉଛି ।

୨. ଏଥିରେ ଆର୍‌ପିଏଫ୍‌, ରେଳ ଷ୍ଟେସନ କାଉଂଟର କ୍ଲର୍କ ତଥା ଷ୍ଟେସନ ରୋଡରେ ଥିବା ଟୁର୍ ଆଣ୍ଡ ଟ୍ରାଭେଲ୍ସ ଦଲାଲ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି । ସାଧାରଣ ଲୋକଙ୍କୁ ଟିକେଟ ମିଳୁ ନ ଥିବାବେଳେ ଦଲାଲ ମାନେ ଅନାୟସରେ ଟିକେଟ କରି ନେଉଛନ୍ତି ।

୩. ସାଧାରଣ ଲୋକଟି ଟିକେଟ ନ ପାଇ ଦହଗଞ୍ଜ ହେଉଥିବାବେଳେ ଟୁର୍ ଟ୍ରାଭେଲ୍ସର ଦଲାଲମାନେ ଲୋକଙ୍କ ଠାରୁ ଟିକେଟର ଧାର୍ଯ୍ୟ ମୂଲ୍ୟ ଠାରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି ।

୪. ଏହି ଟିକେଟ ଦଲାଲମାନେ ଦୈନିକ ଆରପିଏଫ୍ ଠାରୁ ଆରମ୍ଭ କରି କ୍ଲର୍କ ଏବଂ ଅନ୍ୟମାନଙ୍କୁ ହାତଗୁଞ୍ଜା ଦେଇଥାନ୍ତି । ଫଳରେ ଏମାନେ ଚାକିରୀ ସହିତ ଲାଂଚ ଆକାରରେ ଦୈନିକ ହଜାର ହଜାର ଟଙ୍କା ଆଦାୟ କରନ୍ତି ।


ତେଣୁ ରେଳବାଇ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ।


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS