ଭୁବନେଶ୍ଵର (ମଣିଭଦ୍ରା ଖବର) ଗିରଫ ହେଲେ ପୂର୍ବତନ ଛାତ୍ର କଂଗେସ ସଭାପତି ଇତିଶ ପ୍ରଧାନ। ଇତିସଙ୍କ ସମେତ ବିପ୍ଳବ ପରିଡ଼ା ଓ ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି। ସହିଦ ନଗର ଥାନା ସମ୍ମୁଖରେ ୫୦ ହଜାର ଟଙ୍କା ଦାଦାବଟି ମାଗିବା ପଡ଼ିଲା ମହଙ୍ଗା । ଦୁଇ ଅଭିନେତାଙ୍କ ଝଗଡାରେ ମଧ୍ୟସ୍ଥି ସାଜିଥିଲେ ଇତିଶ୍ ପ୍ରଧାନ।*
*କାଳି ବୋଲିବା ସହ ତାଙ୍କୁ ୫୦ ହଜାର ଟଙ୍କା ବଟି ମାଗିବା ଓ ଆକ୍ରମଣ କରିବା ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ୟୁଟ୍ୟୁବର ତପି ମିଶ୍ର । ପୂର୍ବରୁ ଦୁଇ ୟୁଟ୍ୟୁବର ତପି ମିଶ୍ର ଓ ଅର୍ପଣ ମିଶ୍ରଙ୍କ ମଧ୍ୟରେ କିଛି କାରଣକୁ ନେଇ ବିବାଦ ଲାଗିରହିଥିଲା । ତିନିଜଣଙ୍କୁ ଗିରଫ କରି ଜେଲ ପଠାଇଛି ସହିଦ ନଗର ଥାନା ପୋଲିସ । ଇତିଶ କିଛିଦିନ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق